Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେଦାରନାଥ ଗର୍ଭଗୃହରେ ତୀର୍ଥଯାତ୍ରୀଙ୍କୁ ମିଳିଲା ଦର୍ଶନ ଅନୁମତି, ଏହି କାରଣରୁ ନିଆଗଲା ନିଷ୍ପତ୍ତି

ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡର ୪ ଧାମ ଯାତ୍ରାର ଶୁଭାରମ୍ଭ ସହ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ପାଇଁ ପହଞ୍ଚିବାରେ ଲାଗିଛନ୍ତି। ଗଙ୍ଗୋତ୍ରୀ, ଯମୁନେତ୍ରୀ, ବଦ୍ରିନାଥ ସମେତ ୪ ଧାମରେ ଦେଶର ଅନେକ ରାଜ୍ୟର ଶ୍ରଦ୍ଧାଳୁଙ୍କ ଭିଡ଼ ବଢିରେ ଲାଗିଛି। ଏହା ମଧ୍ୟରେ କେଦାରନାଥ ଧାମକୁ ନେଇ ଆସିଛି ବଡ଼ ଖବର। କେଦାରନାଥ ମନ୍ଦିରରେ ସାଧାରଣ ଶ୍ରଦ୍ଧାଳୁଙ୍କୁ ଏବେ ଗର୍ଭଗୃହ ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯିବ।

ବଦ୍ରି-କେଦାରନାଥ ସମିତି(ବିକେଟିସି) ତୀର୍ଥଯାତ୍ରୀଙ୍କ ସଂଖ୍ୟାରେ ଘଟିଥିବା ହ୍ରାସକୁ ଦେଖି ସମସ୍ତ ଯାତ୍ରୀଙ୍କୁ ଗର୍ଭଗୃହକୁ ପ୍ରବେଶ ଅନୁମତି ଦେଇଛନ୍ତି। ଯଦି ଭିଡ଼ ବଢେ ତେବେ ସଭା ମଣ୍ଡପରୁ ହିଁ ଦର୍ଶନ ବ୍ୟବସ୍ଥା ପୁନଃ ଲାଗୁ କରାଯିବ। କେଦାରନାଥ ଧାମର ଦ୍ଵାର ଏପ୍ରିଲ ୨୫ରେ ଖୋଲା ଯାଇଥିଲା। ଏହି ସିଜିନର ଆରମ୍ଭ ସହିତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ କେଦାରନାଥ ପହଞ୍ଚିଛନ୍ତି। ପ୍ରତିଦିନ ହାରାହାରି ୨୦ ହଜାର ତୀର୍ଥଯାତ୍ରୀ କେଦାରନାଥଙ୍କ ଦର୍ଶନ କରିଛନ୍ତି।

ଭିଡ଼ ନିୟନ୍ତ୍ରଣ ସହ ସମସ୍ତ ଶ୍ରଦ୍ଧାଳୁ କେମିତି ଦର୍ଶନ କରି ପାରିବେ ତାକୁ ଦୃଷ୍ଟିରେ ରଖି ବିକେଟିସି ଦ୍ଵାର ଖୋଲିବାର ଦ୍ଵିତୀୟ ଦିନରେ ସାଧାରଣ ତୀର୍ଥଯାତ୍ରୀଙ୍କ ଗର୍ଭଗୃହ ପ୍ରବେଶ ବନ୍ଦ କରିଥିଲେ। ତା ପରଠୁ ସମସ୍ତେ ସଭାଗୃହରୁ କେଦାରନାଥଙ୍କ ଦର୍ଶନ କରୁଥିଲେ। ଭିଆଇପି କିମ୍ବା ହେଲିକପ୍ଟରରେ ଆସିଥିବା ଯାତ୍ରୀଙ୍କୁ ହିଁ ଗର୍ଭଗୃହ ପର‌୍ୟ୍ୟନ୍ତ ଯିବାକୁ ଅନୁମତି ମିଳିଥିଲା। ଗତ କିଛି ଦିନ ହେବ କେଦାରନାଥରେ ପ୍ରତିଦିନ ତୀର୍ଥଯାତ୍ରୀଙ୍କ ସଂଖ୍ୟା ୧୫ ହଜାରରୁ କମ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ