Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ସର୍ବଦଳୀୟ ବୈଠକ କରିବେ ଅମିତ୍ ଶାହ, ସାମିଲ୍ ହେବନି କଂଗ୍ରେସ

ନୂଆଦିଲ୍ଲୀ: ଗୃହ ମନ୍ତ୍ରୀ ଅମିତ୍ ଶାହ ଆଜି ଅପରାହ୍ନ ୩ଟାରେ ମଣିପୁର ପରିସ୍ଥିତି ଉପରେ ଆଲୋଚନା ପାଇଁ ସର୍ବଦଳୀୟ ବୈଠକ ଆୟୋଜନ କରିବେ। ତେବେ ଏହି ବୈଠକରେ କେତେ ବିରୋଧୀ ଦଳ ଯୋଗ ଦେବେ ଏହା ଉପରେ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ନାହିଁ। ଗୃହ ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି, ବର୍ତ୍ତମାନ ଯାଏ ଆମ ନିକଟକୁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିନାହିଁ ଯେ କେଉଁ କେଉଁ ଦଳ ବୈଠକରେ ଯୋଗ ଦେବେ।

କଂଗ୍ରେସ ମଣିପୁର ଉପରେ ଆଲୋଚନା ପାଇଁ ଆଜି ବସୁଥିବା ସର୍ବଦଳୀୟ ବୈଠକରେ ଯୋଗ ଦେବ ନାହିଁ। ଦଳ କହି ସାରିଛି ଯେ, ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତିରେ ଏହି ବୈଠକର କୌଣସି ମୂଲ ନାହିଁ। ମଣିପୁର ହିଂସାକୁ ୫୦ ଦିନ ବିତି ଯାଇଥିଲେ ହେଁ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ କଂଗ୍ରେସ ପ୍ରଶ୍ନ କରିଛି।

କଂଗ୍ରେସ ଗୁରୁବାର ଟୁଇଟ୍ କରି କହିଥିଲା ଯେ, ୫୦ ଦିନରୁ ଉର୍ଦ୍ଧ୍ଵ ସମୟ ହେବ ମଣିପୁର ଚଳୁଛି। ଅଥଚ ପ୍ରଧାନମନ୍ତ୍ରୀ ଚୁପ ରହିଛନ୍ତି। ସର୍ବଦଳୀୟ ବୈଠକ ସେହି ସମୟରେ ଡକାଯାଉଛି, ଯେତେବେଳେ ପ୍ରଧାନମନ୍ତ୍ରୀ ଦେଶରେ ନାହାନ୍ତି। ଏଥିରୁ ସ୍ପଷ୍ଟ ଯେ, ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ନୁହେଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ