Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପହିଲାରୁ ବଦଳିପାରେ ଏହି ସବୁ ନିୟମ; ପକେଟ୍‌ ଉପରେ ପଡିବ ସିଧା ପ୍ରଭାବ

ନୂଆଦିଲ୍ଲୀ: ଗୋଟେପଟେ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଆପଣଙ୍କ ପକେଟକୁ ଦରମା ଆସିଥାଏ, ଅନ୍ୟପଟେ ଦରମା ଆସୁ ଆସୁ ଖର୍ଚ୍ଚର ଲିଷ୍ଟ ବାହାରିଯାଇଥାଏ। ପ୍ରତ୍ୟେକ ମାସର ପ୍ରଥମ ଦିନରେ, ଅନେକ ନିୟମ ପରିବର୍ତ୍ତନ ହୁଏ। ଜାଣନ୍ତୁ ଜୁଲାଇ ୧ ରେ କେଉଁ ନିୟମ ପରିବର୍ତ୍ତନ ହେବାକୁ ଯାଉଛି।

ଜୁନ୍ ୧ ରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୮୩.୫ ଟଙ୍କା ହ୍ରାସ କରାଯାଇଥିଲା। କିନ୍ତୁ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା। ଆଶା କରାଯାଉଛି ଯେ ଏଥର ଘରୋଇ ସିଲିଣ୍ଡର ମୂଲ୍ୟରେ କିଛି ପରିବର୍ତ୍ତନ ଆସିବ। ସୂଚନା ଅନୁଯାୟୀ ବର୍ତ୍ତମାନ ଦିଲ୍ଲୀରେ ଏକ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୭୭୩ ଟଙ୍କା ଥିବାବେଳେ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ରହିଛି। ବିଭିନ୍ନ ସହରରେ ସିଲିଣ୍ଡର ମୂଲ୍ୟ ଭିନ୍ନ ରହିଥାଏ।

ବିଦେଶରେ କ୍ରେଡିଟ କାର୍ଡରେ ହେଉଥିବା ଖର୍ଚ୍ଚ ଉପରେ ଜୁଲାଇ ୧,  ୨୦୨୩ରୁ ଟିସିଏସ ଶୁଳ୍କ ଲାଗୁ ହୋଇପାରେ । ଏଥିସହିତ ଯଦି ଆପଣଙ୍କର ଖର୍ଚ୍ଚ ୭ ଲକ୍ଷ କିମ୍ବା ଏହାଠାରୁ ଅଧିକ ହୁଏ ତେବେ ଆପଣଙ୍କୁ ୨୦ ପ୍ରତିଶତ ଟିସିଏସ ଭରଣା କରବାକୁ ପଡିପାରେ ।  ତେବେ ଶିକ୍ଷା ଏବଂ ଚିକିତ୍ସା ସହ ଜଡିତ ଖର୍ଚ୍ଚ ଉପରେ ଶୁଳ୍କ ହ୍ରାସ ପାଇ ୫ ପ୍ରତିଶତରେ ରହିଛି । ବିଦେଶରେ ପାଠ ପଢିବା ପାଇଁ ଋଣ ନେବାକୁ ଚାହୁଁଥିବା ଟାକ୍ସପେୟର୍ସଙ୍କୁ ୭ ଲକ୍ଷରୁ ଅଧିକ ରାଶି ଉପରେ ୦.୫ ପ୍ରତିଶତ ଟିସିଏସ ଦେବାକୁ ପଡିବ ।

ମାସର ୧ ତାରିଖ କିମ୍ବା ପ୍ରଥମ ସପ୍ତାହରେ ଏଲପିଜି ପରି ସିଏନଜି ଏବଂ ପିଏନଜି ଦରରେ ମଧ୍ୟ  ପରିବର୍ତ୍ତନ କରାଯାଇଥାଏ । ତେଣୁ ଜୁଲାଇରେ ମଧ୍ୟ ଏହାର ପରିବର୍ତ୍ତନ ଆସିପାରେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories