Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନ୍ୟୁୟର୍କରେ ଏବେ ଦୀପାବଳିରେ ସ୍କୁଲ ରହିବ ଛୁଟି, ମେୟର କହିଲେ-ଭାରତୀୟ ସମୁଦାୟ ପାଇଁ ବଡ଼ ବିଜୟ

ନ୍ୟୁୟର୍କ: ନ୍ୟୁୟର୍କ ସହରରେ ଏଥର ଦୀପାବଳି ଦିନ ସ୍କୁଲ ଛୁଟି ରହିବ। ଅଧିକାରୀ ଏହାର ଘୋଷଣା କରି ଭାରତୀୟ ସମୁଦାୟ ସହିତ ସହରବାସୀଙ୍କ ପାଇଁ ବଡ଼ ବିଜୟ ବୋଲି କହିଛନ୍ତି। ନ୍ୟୁୟର୍କ ସହରର ମେୟର ଏରିକ ଏଡମସ କହିଛନ୍ତି, ସେ ବହୁତ ଖୁସି ଯେ, ରାଜ୍ୟର ସଦନ ଏବଂ ରାଜ୍ୟର ସିନେଟ୍ ନ୍ୟୁୟର୍କ ସିଟି ପବ୍ଲିକ ସ୍କୁଲରେ ଦୀପାବଳି ଦିନ ଛୁଟି ସଂପର୍କିତ ବିଧେୟକକୁ ଗୃହୀତ କରିଛନ୍ତି। ଆମକୁ ବିଶ୍ଵାସ ଯେ, ଗଭର୍ଣ୍ଣର ଏହି ବିଧେୟକ ଉପରେ ହସ୍ତାକ୍ଷର କରି ଦେବେ ।

ଏଡସମ କହିଛନ୍ତି, ଏହି ବିଜୟ କେବଳ ଭାରତୀୟ ସମୁଦାୟଙ୍କ ପାଇଁ ନୁହେଁ ବରଂ ଏହା ନ୍ୟୁୟର୍କର ବିଜୟ। ଚଳିତ ବର୍ଷ ଦୀପାବଳିରେ ନ୍ୟୁୟର୍କ ସହରର ପବ୍ଲିକ ସ୍କୁଲ ଛୁଟି ରହିବ। ନ୍ୟୁୟର୍କ ପ୍ରତିନିଧି ସଭାର ସଦସ୍ୟ ଜେନିଫର ରାଜକୁମାର କହିଛନ୍ତି, ଦୁଇ ଦଶନ୍ଧି ଧରି ଅଧିକ ସମୟରୁ ଦକ୍ଷିଣ ଏସୀୟ ଏବଂ ଭାରତୀୟ-କାରବିୟାନ ସମୁଦାୟ ଏହି ମୁହୂର୍ତ୍ତ ପାଇଁ ସଂଘର୍ଷ କରୁଥିଲେ। ଜେନିଫର ନ୍ୟୁୟର୍କ ରାଜ୍ୟର ପ୍ରତିନିଧି ସଭା ପାଇଁ ନିର୍ବାଚିତ ପ୍ରଥମ ଭାରତୀୟ-ଆମେରିକୀୟ ମହିଳା।

ସମୁଦାୟ ଏବଂ ପ୍ରବାସୀ ନେତାଙ୍କ ସହିତ ସହରର ଅଧିକାରୀ ଏବଂ ସାଂସଦଙ୍କ ଗହଣରେ ମେୟର ଏଡମସ କହିଛନ୍ତି, ନ୍ୟୁୟର୍କ ସହର ସମୟ ଅନୁସାରେ ବଦଳିବାରେ ଲାଗିଛି। ସାରା ଦୁନିଆର ସମୁଦାୟକୁ ଏହି ସହର ସ୍ଵାଗତ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ