Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଫିସ ନ ଆସିଲେ କର୍ମଚାରୀଙ୍କୁ ମିଳିବ ନାହିଁ ଦରମା, ଏହି ସରକାର ଲାଗୁ କଲେ ‘କାମ ନାହିଁ, ବେତନ ନାହିଁ’ ନିୟମ

ଇମ୍ଫାଲ: ମଣିପୁର ସରକାର ଅଫିସ ନ ଆସିଲେ କର୍ମଚାରୀଙ୍କ ପାଇଁ ‘କାମ ନାହିଁ, ବେତନ ନାହିଁ’ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗ ସେହି କର୍ମଚାରୀଙ୍କ ରିପୋର୍ଟ ଦେବାକୁ କହିଛି, ଯେଉଁମାନେ ଜାତିଆଣ ହିଂସାରେ ପ୍ରଭାବିତ ରାଜ୍ୟର କଠିନ ସ୍ଥିତି ସମୟରେ କାର୍ଯ୍ୟାଳୟରେ ଯୋଗ ଦେଇ ପାରି ନାହାନ୍ତି।

ବିଭାଗୀୟ ସଚିବ ମାଇକେଲ୍ ଏଚୋମଙ୍କ ପକ୍ଷରୁ ସୋମବାର ରାତିରେ ଜାରି ବିଜ୍ଞପ୍ତି ଅନୁଯାୟୀ, ଜୁନ ୧୨ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିର୍ଣ୍ଣୟ ନିଆଯାଇଛି ଯେ, ମଣିପୁର ସଚିବାଳୟର ସାଧାରଣ ପ୍ରଶାସନ ବିଭାଗରେ ବେତନ ପ୍ରାପ୍ତ ସମସ୍ତ କର୍ମଚାରୀଙ୍କୁ ସୂଚିତ କରାଯାଉଛି ଯେ, ଏହି ସବୁ କର୍ମଚାରୀଙ୍କ ଉପରେ ‘କାମ ନାହିଁ, ବେତନ ନାହିଁ’ ନିୟମ ଲାଗୁ କରାଯିବ। ଏହି ନିୟମ ସେହି କର୍ମଚାରୀଙ୍କ ଉପରେ ଲାଗୁ ହେବ ଯିଏ ଛୁଟି ନ ନେଇ ଅଫିସ ଆସୁ ନାହାନ୍ତି।

ବିଜ୍ଞପ୍ତିରେ ଏହା ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ, ସାଧାରଣ ପ୍ରଶାସନ ବିଭାଗ ଏବଂ କାର୍ମିକ ବିଭାଗଙ୍କୁ ଜୁନ ୨୮ ସୁଦ୍ଧା ଏମିତି ସମସ୍ତ କର୍ମଚାରୀଙ୍କ ନାମ, ଇଆଇଏନ(କର୍ମଚାରୀ ପରିଚୟ ସଂଖ୍ୟା), ବର୍ତ୍ତମାନର ଠିକଣା ସହିତ ଅନ୍ୟ ବିବରଣ ଦେବାକୁ ପଡ଼ିବ। ଯଦ୍ଵାରା କାର୍ଯ୍ୟାଳୟ ଆସୁ ନ ଥିବା କର୍ମଚାରୀ ଏବଂ ଅଧିକାରୀଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ। ଉଲ୍ଲେଖନୀୟ ମଣିପୁରରେ ସଂଖ୍ୟାବହୁଳ ମେଇତି ଏବଂ ସଂଖ୍ୟାଲଘୁ କୁକି ସମୁଦାୟ ମଧ୍ୟରେ ଦୁଇ ମାସ ହେବ ଜାରି ହିଂସାରେ ଅଦ୍ୟାବଧି ୧୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ