Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମଲିଙ୍ଗୀ ବିବାହରେ ପତ୍ନୀର ଅଧିକାର କାହାକୁ ମିଳିବ, ସୁପ୍ରିମକୋର୍ଟରେ ଉଠିଲା ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟରେ ଏକ ନୂତନ ପ୍ରଶ୍ନ ଉଠିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଗୁରୁବାର କହିଛନ୍ତି, ଜଣେ ମହିଳା ଏବଂ ପୁରୁଷ ବିବାହରେ ପତ୍ନୀ ବଳାତ୍କାର, ଅପ୍ରାକୃତିକ ଯୌନ ସମ୍ବନ୍ଧ ପରି ଅଭିଯୋଗ କରି ଛାଡ଼ପତ୍ର ଦାବି କରି ପାରିବ। ଯଦି ଗେ ମ୍ୟାରେଜ୍ ଅର୍ଥାତ ଦୁଇ ପୁରୁଷ ମଧ୍ୟରେ ବିବାହ ହେଲେ ପତ୍ନୀର ଅଧିକାର କାହାକୁ ମିଳିବ ? ବଳାତ୍କାର ପରି ଅଭିଯୋଗ କିଏ ଏବଂ କାହା ଉପରେ ଲଗାଇବ ? ଏହା ବ୍ୟତୀତ ସଲିସିଟର ଜେନେରାଲ କହିଛନ୍ତି ଦୁଇ ପୁରୁଷ ଏବଂ ଦୁଇ ମହିଳା ମଧ୍ୟରେ ବିବାହ ହେଲେ ଆଇନ କାହାକୁ ପତ୍ନୀ ଏବଂ କାହାକୁ ସ୍ଵାମୀର ଅଧିକାର ଦେବ। ଏହା ବିଚାର କରିବା ଉଚିତ୍ ବୋଲି ମେହଟ୍ଟା କହିଛନ୍ତି।

ସେ କହିଛନ୍ତି, ଏହା ଏମିତି ଅଧିକାର, ଯାହା ବିଶେଷ କରି ପତ୍ନୀଙ୍କୁ ମିଳିଥାଏ। ସମଲିଙ୍ଗୀ ବିବାହରେ ଏହି ଅଧିକାର କାହାକୁ ମିଳିବ। କିନ୍ତୁ ଆବେଦନକାରୀଙ୍କ କହିବା କଥା ଉଭୟ ପକ୍ଷଙ୍କୁ ଏହି ଅଧିକାର ମିଳିବା ଉଚିତ୍। ମାତ୍ର ଏଠାରେ ଏକ ସମସ୍ୟା ରହିଛି। ଯଦି ସମଲିଙ୍ଗୀ ବିବାହରେ ଦୁହିଁଙ୍କୁ ଏମିତି ଅଧିକାର ମିଳିବ ତେବେ ବିପରୀତ ଲିଙ୍ଗର ଲୋକଙ୍କ ମଧ୍ୟରେ ବିବାହରେ କଣ କରାଯିବ। କେବଳ ଏତିକି ନୁହେଁ ସଲିସିଟର ଜେନେରାଲ ଆଉ ଏକ ପ୍ରଶ୍ନ ଉଠାଇଛନ୍ତି ଯେ, ଯଦି ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯାଏ ତେବେ ସ୍ପେଶାଲ ମ୍ୟାରେଜ୍ ଆକ୍ଟର ଅର୍ଥ ସମାପ୍ତ ହୋଇଯିବ।

ସରକାରଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଭାରତରେ ଅଲଗା ଅଲଗା ରାଜ୍ୟରେ ବିବାହର ଭିନ୍ନ ଭିନ୍ନ ପରମ୍ପରା ରହିଛି। କେଉଁଠି ସମାନ ଗୋତ୍ରରେ ବିବାହ ଉପରେ ରୋକ୍ ଲଗା ଯାଇଛି। ଯାହାରି ଅନୁସାରେ ଗୋଟିଏ ବଂଶ ପରମ୍ପରାରୁ ଆସୁଥିବା ପରିବାର ମଧ୍ୟରେ ବିବାହ ହୋଇ ପାରିବ ନାହିଁ। ହିନ୍ଦୁ ମ୍ୟାରେଜ୍ ଆକ୍ଟ ଏବଂ ସ୍ପେଶାଲ ମ୍ୟାରେଜ୍ ଆକ୍ଟରେ ଏସବୁ ଦର୍ଶାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ