Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଡି ଅଧିକାରୀଙ୍କ ଘରେ ଇଡିର ଚଢାଉ, ପୂର୍ବତନ ନିର୍ଦ୍ଦେଶକ ଗିରଫ

ନୂଆଦିଲ୍ଲୀ: ସାଧାରଣତଃ ଆର୍ଥିକ ଅନିୟମିତା କରୁଥିବା ଏବଂ ଏହି ଧରଣର ଘଟଣାରେ ସଂପୃକ୍ତ ଲୋକ କିମ୍ବା ସଂସ୍ଥା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢାଉ କରିଥାଏ। ହେଲେ ଆପଣ କେବେ କଣ ଶୁଣିଛନ୍ତି ଇଡି ଅଧିକାରୀଙ୍କ ଉପରେ ଇଡିର ଚଢାଉ। ଇଡି ପୂର୍ବତନ ନିର୍ଦ୍ଦେଶକ ସଚିନ ସାଓ୍ଵନ୍ତଙ୍କ ଲକ୍ଷ୍ନୌ ସ୍ଥିତ ବାସଭବନରେ ବୁଧବାର ଚଢାଉ କରିଛି। ଆପାର୍ଟମେଣ୍ଟରୁ ଟିମ୍ ଅନେକ ଦସ୍ତାବିଜ, ବ୍ୟାଙ୍କ ସଂପର୍କିତ କାଗଜପତ୍ର ଏବଂ ଇଲେକ୍ଟ୍ରୋନିକ ଡିଭାଇସ୍ ଜବତ କରିଛି। ଏଥିସହ ଇଡି ସାଓ୍ଵନ୍ତଙ୍କୁ ଗିରଫ କରି ମୁମ୍ବାଇ ଆଣିଛି। ଇଡି ତାଙ୍କୁ କୋର୍ଟରେ ହାଜର କରାଇବ।

ଆଇଏଏସ ଅଧିକାରୀ ସଚିନ ସାଓ୍ଵନ୍ତ ବର୍ତ୍ତମାନ ଲକ୍ଷ୍ମୌରେ କାର‌୍ୟ୍ୟରତ। ସେ ସୀମା ଶୁଳ୍କ ଏବଂ ଜିଏସଟି ବିଭାଗରେ କାମ କରୁଛନ୍ତି। ସାଓ୍ଵନ୍ତ ଦୀର୍ଘ ସମୟରୁ ଇଡିର ରାଡାରରେ ଥିଲେ। ଯେବେ ସେ ଇଡି ଅଧିକାରୀ ଭାବେ ମୁମ୍ବାଇରେ ଥିଲେ ସେହି ସମୟରେ ହୀରା କମ୍ପାନୀର ୫୦୦ କୋଟି ଟଙ୍କାର ହେରଫେର କେସରେ ତାଙ୍କର ଭୂମିକା ସନ୍ଦିଗ୍ଧ ରହିଥିଲା। ସାଓ୍ଵନ୍ତଙ୍କ ବିରୋଧରେ ଦୁର୍ନୀତି ବିରୋଧୀ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଇଡି ଟିମ୍ ମୁମ୍ବାଇରୁ ଲକ୍ଷ୍ନୌ ପହଞ୍ଚିଥିଲା। ଇଡି ଟିମ୍ ସାଲିମାର ବନ ଓ୍ଵାର୍ଲ୍ଡ ସ୍ଥିତ ସାଓ୍ଵନ୍ତ ବାସଭବନରେ ଚଢାଉ କରିଥିଲେ। ବହୁତ ସମୟ ଧରି ଜାରି ଚଢାଉରେ ଇଡି ଅନେକ ଦସ୍ତାବିଜ ନିଜ କବଜାକୁ ନେଇଛି।