Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡ଼ ବ୍ଲକରେ ଯୋଗଦେଲେ ନୂତନ ବିଇଓ

କଳାହାଣ୍ଡି,୨୮/୦୬- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ନୂତନ ଗୋଷ୍ଠୀ ଶିକ୍ଷାଧିକାରୀ ବା ବିଇଓ ଭାବେ ଯୋଗ ଦେଇଛନ୍ତି ନମିତାରାଣୀ ଭୋଇ ! ଆଜି ସେ ବିଶ୍ବନାଥପୁରସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିବାବେଳେ ତାଙ୍କୁ କାର୍ଯ୍ୟାଳୟର କର୍ମଚାରୀ ଓ ସିଆରସିମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ! ତାଙ୍କୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦ୍ରୋଣ ରଣା, ସୁଢଳଦେବ ମୁଣ୍ଡ, ମୁଖ୍ୟ କିରାଣୀ ସୁକେଶ ମାଝୀ, ବରିଷ୍ଠ କିରାଣୀ ଲକ୍ଷ୍ମଣ ସାହା, ରାକେଶ ମିଶ୍ରଙ୍କ ସମେତ ସିଆରସିସି ଭାରତଭୂଷଣ ସାହୁ, ତପନ କୁମାର ଭୋଇ, ସୌଭାଗ୍ୟରଞ୍ଜନ ସାହୁ, ଗୁରୁଗୋବିନ୍ଦ ମହାନ୍ତି, ତ୍ରିନାଥଶ୍ୟାମ କୁମାର, ବିଜୟ ରାୟ, ପ୍ରକାଶ ପ୍ରଧାନ, ଗୁଣମଣି ଭୋଇ ପ୍ରମୁଖ ତାଙ୍କୁ କାର୍ଯ୍ୟାଳୟରେ ସାକ୍ଷାତ କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ! ସୂଚନାଯୋଗ୍ୟ, ଲାଞ୍ଜିଗଡ଼ ବ୍ଲକରେ କାର୍ଯ୍ୟରତ ଗୋଷ୍ଠୀ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକ ଅବସର ଗ୍ରହଣ କରିବା ପରେ ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁନନ୍ଦା ପଣ୍ଡା ଲାଞ୍ଜିଗଡ଼ ବ୍ଲକର ଅତିରିକ୍ତ ଦାୟିତ୍ବରେ ରହିଥିଲେ ! ନୂତନ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଯୋଗଦାନ ପରେ ଶିକ୍ଷକ, ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ ଖେଳିଯାଇଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ