Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁଏନର ଏହି ତାଲିକାରୁ ହଟିଲା ଭାରତର ନାମ, ରିପୋର୍ଟରେ ମୋଦୀ ସରକାରଙ୍କ ପ୍ରଶଂସା

ନୂଆଦିଲ୍ଲୀ: ମିଳିତ ଜାତିସଂଘ ୧୨ ବର୍ଷ ପରେ ପ୍ରଥମ ଥର ଶିଶୁଙ୍କ ଶୋଷଣକୁ ନେଇ ଜାରି କରାଯାଉଥିବା ତାଲିକାରୁ ଭାରତର ନାଁ ହଟାଇଛି। ଚିଲଡ୍ରେନ ଆଣ୍ଡ ଆର୍ମ କନଫ୍ଲିକ୍ଟର ଏହି ରିପୋର୍ଟରେ ୨୦୧୦ରୁ ଭାରତର ନାଁ ସାମିଲ୍ ହୋଇ ଆସୁଥିଲା। ଏହାର କାରଣ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଗୋଷ୍ଠୀରେ ନାବାଳକଙ୍କ ନିଯୁକ୍ତି, ଅସାମାଜିକ ଗତିବିଧିରେ ସାମିଲ୍ ଏବଂ ସେନା ଦ୍ଵାରା ସେମାନଙ୍କୁ ହେପାଜତରେ ନେବା ଆଦି ସାମିଲ୍ ଥିଲା। କିନ୍ତୁ ଏଥିରେ ସୁଧାର ଆସିବା ପରେ ଭାରତର ନାମକୁ ଉକ୍ତ ତାଲିକାରୁ ହଟାଯାଇଛି। ଅନ୍ୟପଟେ ଏବେ ମଧ୍ୟ ପାକିସ୍ତାନ, ବୁର୍କିନା ଫାସୋ, ନାଇଜେରିଆ ଏବଂ ପାଲେଷ୍ଟାଇନ ପରି ଦେଶର ନାମ ତାଲିକାରେ ରହିଛି।

ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ରିପୋର୍ଟରେ କୁହାଯାଇଛି ଯେ, ୨୦୨୩ର ରିପୋର୍ଟରୁ ଭାରତର ନାମ ହଟାଯାଉଛି, କାରଣ ଭାରତ ସରକାର ପିଲାଙ୍କ ସୁରକ୍ଷା ଦିଗରେ ସାର୍ଥକ ପଦକ୍ଷେପ ଉଠାଇଛନ୍ତି। ଏହା ୨୦୧୯ରେ ଲାଗୁ ନୀତି ଏବଂ ସଂସ୍ଥାଗତ ପରିବର୍ତ୍ତନ କାରଣରୁ ସମ୍ଭବ ହୋଇ ପାରିଥିବା ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏକ ସରକାରି ବିବୃତିରେ କୁହାଯାଇଛି ଯେ, ଶିଶୁ ସୁରକ୍ଷାକୁ ନେଇ ପୂରା ଯୋଜନା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ତତ୍ଵାବଧାନରେ ପ୍ରସ୍ତୁତ କରାଯାଇଥିଲା। ମନ୍ତ୍ରଣାଳୟର ସଚିବ ଇନ୍ଦବୀର ପାଣ୍ଡେ କହିଛନ୍ତି, ଏହି ମାମଲା ଉପରେ ୟୁଏନର ଲଗାତାର ନଜର ଥିଲା। ପୂର୍ବେ ଜମ୍ମୁ-କାଶ୍ମୀରର ବାଳ ସୁଧାର ଗୃହ ଠିକରେ କାମ କରୁ ନଥିଲା। ଏହା ବ୍ୟତୀତ ପିଲାଙ୍କ ପାଇଁ ଓ୍ଵେଲଫେୟାର କମିଟି ଏବଂ ଭିତ୍ତିଭୂମିର ଅଭାବ ଥିଲା।

ୟୁଏନ ସେକ୍ରେଟାରୀ ଜେନେରାଲଙ୍କ ରିପୋର୍ଟରେ କୁହାଯାଇଛି ଯେ, ପୂର୍ବ ରିପୋର୍ଟରେ ଆମେ ଭାରତ ସରକାର ଏବଂ ତାଙ୍କର ବିଶେଷ ପ୍ରତିନିଧିଙ୍କୁ ଏ ଦିଗରେ କାମ ପାଇଁ ପ୍ରଶଂସା କରିଥିଲୁ ଏବଂ ସରକାର ଏହାକୁ ଗମ୍ଭୀରତାର ସହ ନେଇଥିଲେ ଓ ୟୁଏନ ସହ ଲଗାତାର ଯୋଗାଯୋଗରେ ଥିଲେ। ଭାରତ ସରକାର ଏହି ଦିଗରେ ଯେଉଁଭଳି କାମ କଲେ ଏହାର ପରିଣାମ ସ୍ଵରୁପ ତାଲିକାରୁ ଭାରତକୁ ହଟା ଯାଉଛି।

ପାଣ୍ଡେ କହିଛନ୍ତି, ପେଲେଟ୍ ଗନର ବ୍ୟବହାର ଉପରେ ରୋକ୍ ଲଗାଯାଇଛି। ସୁରକ୍ଷାବଳଙ୍କୁ ମଧ୍ୟ ଶିଶୁ ସୁରକ୍ଷା ପାଇଁ ପ୍ରଶିକ୍ଷଣ ଦିଆଯାଉଛି। ଜେଜେ ଆକ୍ଟ ଏବଂ ପୋକ୍ସୋ ଆକ୍ଟକୁ ମଧ୍ୟ ଠିକରେ ଲାଗୁ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ