ଲକଡାଉନ୍ ଯୋଗୁଁ ହିମାଳୟରେ ୨୭ ମେଟ୍ରିକ ଟନ ବରଫ ତରଳିବାରୁ ବଞ୍ଚି ଯାଇଛି: ରିପୋର୍ଟ


ନୂଆଦିଲ୍ଲୀ: ଭାରତରେ ୨୦୨୦ ମାର୍ଚ୍ଚ ୫ରୁ ୨୦୨୦ ମେ ମାସ ପର‌୍ୟ୍ୟନ୍ତ ଜାରି ଲକଡାଉନ ହିମାଚଳୟରେ ପାଖାପାଖି ୨୭ ମେଟ୍ରିକ ଟନ ବରଫକୁ ତରଳିବାରେ ରୋକି ଦେଇଛି। ଏକ ଅଧ୍ୟୟନରୁ ଏହାର ସୂଚନା ଦିଆଯାଇଛି। ପ୍ରୋସିଡିଙ୍ଗ୍ସ ଅଫ ଦ ନ୍ୟାସନାଲ ଏକାଡେମୀ ସାଇନସେଜ(ପିଏନଏଏସ) ନେକ୍ସସରେ ପ୍ରକାଶିତ ଅଧ୍ୟୟନରେ କୁହାଯାଇଛି ଯେ, ୨୦୨୦ କୋଭିଡ୍-୧୯ ଲକଡାଉନ ସମୟରେ ପ୍ରଦୂଷଣ ହ୍ରାସ ଯୋଗୁଁ ହିମାଳୟରେ ବରଫ ତରଳିବାରେ ହ୍ରାସ ଘଟିଛି।

ବେଜିଂର ନର୍ମାଲ ୟୁନିଭର୍ସିଟି ଚୀନର ଲିକିୟାଙ୍ଗ ଝାଙ୍ଗ ଏବଂ ତାଙ୍କ ସହଯୋଗୀ ଲକଡାଉନରେ ପ୍ରଦୂଷଣ ମାତ୍ରା ଅହେତୁକ ହ୍ରାସ ଯୋଗୁଁ ବିରଫ ତରଳିବାରେ ଏହାର କେମିତି ପ୍ରଭାବ ପଡିଛି ଏହା ଜାଣିବାକୁ ଉଦ୍ୟମ କରିଛନ୍ତି। ଏଥିପାଇଁ ଉପଗ୍ରହରୁ ପ୍ରାପ୍ତ ତଥ୍ୟର ବ୍ୟବହାର କରାଯାଇ ବାୟୁମଣ୍ଡଳ-ରସାୟନ-ବରଫ ମୋଡେଲ୍ ସହିତ ଅଧ୍ୟୟନ କରାଯାଇଛି।

ଅଧ୍ୟୟନରୁ ଜଣା ପଡ଼ିଛି ଯେ, ଲକଡାଉନ ଯୋଗୁଁ ପ୍ରଦୂଷଣ ମାତ୍ରାରେ ଅହେତୁକ ହ୍ରାସ ଘଟିଥିଲା। ଫଳରେ ୨୦୧୯ ତୁଳନାରେ ୨୦୨୦ରେ ହିମାଳୟରେ ବରଫ ତରଳିବା ପ୍ରକରଣ ୭୧.୬ ପ୍ରତିଶତ ହ୍ରାସ ଘଟିଥିଲା। ଏଥିସହ ବିକିରଣ ପ୍ରଭାବରେ ହ୍ରାସ ଯୋଗୁଁ ୨୭ ମେଟ୍ରିକ ଟନ୍ ବରଫ ତରଳିବାରୁ ବର୍ତ୍ତି ଯାଇଛି।