Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନୀ ହଜ ଯାତ୍ରାଙ୍କ ବଢିଲା ମୁସ୍କିଲ, ବକେୟା ଅର୍ଥ ମାଗିଲା ସାଉଦି ଆରବ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ମୁସଲିମ ଦେଶଗୁଡ଼ିକ ପକ୍ଷରୁ କୌଣସି ସହାୟତା ମିଳୁନାହିଁ। ପାକିସ୍ତାନର ପରମ ମିତ୍ର ସାଉଦି ଆରବ, ତୁର୍କୀୟ ପରି ଇସଲାମ ଦେଶ ମଧ୍ୟ ପାକିସ୍ତାନକୁ ସହାୟତାର ହାତ ବଢାଉ ନାହାନ୍ତି। ଏହିକ୍ରମରେ ସାଉଦି ଆରବର ଏଭିଏସନ ଏଜେନ୍ସି ଜେନେରାଲ ଅଥରିଟି ଅଫ ସିଭିଲ ଏଭିଏସନ(ଜିଏସିଏ) ମଧ୍ୟ ପାକିସ୍ତାନକୁ ବଡ଼ ଝଟକା ଦେଇଛି।

ଜିଏସିଏ ପାକିସ୍ତାନର ସରକାରୀ ଏୟାରଲାଇନ୍ସ କମ୍ପାନୀ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ(ପିଆଇଏ)କୁ ୪ କୋଟି ୮୦ ଲକ୍ଷ ଡଲାରର ବକେୟା ପୈଠ କରିବାକୁ ନୋଟିସ୍ ଦେଇଛି। ଯଦି ପାକିସ୍ତାନ ଏହି ଅର୍ଥ ପୈଠ ନ କରେ ତେବେ ଏହାର ନାଗରିକ ହଜ ଯାତ୍ରା କରି ପାରିବେ ନାହିଁ। ପାକିସ୍ତାନର ଶେହବାଜ ସରିଫ ସରକାରଙ୍କ ପାଇଁ ଜୁନ ୩୦ ବହୁତ ଗୁରୁତ୍ଵପୂର୍ଣ୍ଣ ତାରିଖ ସାବ୍ୟସ୍ତ ହୋଇପାରେ। ଜୁନ ୩୦ରେ ଅନ୍ତର୍ଜାତୀୟ ମୁଦ୍ରା କୋଷ(ଆଇଏମଏଫ)ର କାର‌୍ୟ୍ୟକ୍ରମ ସରୁଛି। ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଗୋଟିଏ ସପ୍ତାହରେ ଆଇଏମଏଫ ମୁଖ୍ୟଙ୍କୁ ଭେଟି ସାରିଛନ୍ତି। ମାତ୍ର ଅଦ୍ୟାବଧି ନୂତନ କାର‌୍ୟ୍ୟକ୍ରମ ଉପରେ ଚୁକ୍ତିନାମା ହୋଇ ପାରି ନାହିଁ।

ପାକିସ୍ତାନୀ ଗଣମାଧ୍ୟମ ଖବର ଅନୁଯାୟୀ, ପାକିସ୍ତାନରୁ ପ୍ରାୟ ୫୦ ହଜାର ହଜ ଯାତ୍ରୀ ସାଉଦି ଆରବର ମକ୍କା ଏବଂ ମଦିନା ଯାତ୍ରା କରିବେ। ଯଦି ଶେହବାଜ ସରକାର ସାଉଦି ଆରବକୁ ୪.୮ କୋଟି ଡଲାର ବକେୟା ପୈଠ ନ କରନ୍ତି କିମ୍ବା ଦୁଇ ଦେଶ ମଧ୍ୟରେ ଯଦି କୌଣସି ବୁଝାମଣା ନହୁଏ ତେବେ ହଜ ଯାତ୍ରୀଙ୍କ ସମସ୍ୟା ବଢିପାରେ। କାରଣ ପାକିସ୍ତାନରୁ ଆସୁଥିବା ସମସ୍ତ ବିମାନକୁ ସାଉଦି ଆରବ ବାତିଲ୍ କରିଦେବ। ଏମିତି ହେଲେ ହଜ ଯାତ୍ରୀ ସାଉଦି ଆରବ ଯାତ୍ରା କରି ପାରିବେ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ