Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା ନଭେମ୍ବରରେ ଚନ୍ଦ୍ରମଣି ନାଟ୍ୟସଂସଦର ଶତବାର୍ଷିକୀ ଉତ୍ସବ; ଶେଷ ହେଲା ପ୍ରସ୍ତୁତି ବୈଠକ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ସୁନାମଧନ୍ୟ ଓ ପୁରାତନ ମ. ରାମପୁରସ୍ଥିତ ଚନ୍ଦ୍ରମଣି ନାଟ୍ୟ ସଂସଦ ଆସନ୍ତା ନଭେମ୍ବରରେ ପାଳନ କରିବ ତାର ଶତବାର୍ଷିକୀ ଉତ୍ସବ । ଏଥିପାଇଁ ଶ୍ରୀରାମ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ପଦ୍ମଲୋଚନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ କୁମାର ରଥ ଯୋଗଦେଇ ଶତବାର୍ଷିକୀ ଉତ୍ସବକୁ ସଂସଦର ସାଂସ୍କୃତିକ ସଂପାଦକ ଶ୍ରୀପତି ପଟ୍ଟନାୟକ ପରିଚାଳନା କରିଥିବାବେଳେ ସଂପାଦକ ହେମନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଇ ଅବସରରେ ସଂସଦର ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ