ସିମିଳିଭଟା ତାଣ୍ଡିପଦରରେ ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ, ୩ ପରିବାର ସର୍ବସ୍ବାନ୍ତ


କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ବନାଞ୍ଚଳ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ସିମିଳିଭଟା ତାଣ୍ଡି ପଦରରେ ଗୁରୁବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ । ବିଳମ୍ବିତ ରାତିରେ ୧୫ରୁ ୨୦ଟିକିଆ ହାତୀପଲ ତାଣ୍ଡିପଦରକୁ ପଶି ଆସିଥିବାବେଳେ ପାମ୍ପୁ ମାଝୀ ଓ ନରେନ୍ଦ୍ର ମାଝୀଙ୍କ ଘରଦ୍ବାର ଭାଙ୍ଗିବା ସହିତ ଘରେ ଥିବା ଧାନ, ଚାଉଳ ସମେତ ସମସ୍ତ ଆସବାବପତ୍ରକୁ ଦଳିମକଚି ନଷ୍ଟବିନଷ୍ଟ କରିଦେଇଛନ୍ତି । ସେହିପରି ରାଶିମାଝୀ ନାମକ ଜଣେ ବ୍ୟକ୍ତିଙ୍କ ରଖିଥିବା ଧାନକୁ ଖାଇବା ସହିତ ଫିଙ୍ଗାଫୋପଡ଼ା କରିଦେଇଛନ୍ତି । ହାତୀପଲର ରଡ଼ି ଶୁଣି ପାମ୍ପୁ ଓ ନରେନ୍ଦ୍ରଙ୍କ ପରିବାର ଜୀବନ ବିକଳରେ ଘରୁ ବାହାରି ପଳାଇ ଯାଇଥିବାରୁ ସେମାନେ ବର୍ତ୍ତିଯାଇଥିବା ଜଣାପଡ଼ିଛି । ତେବେ ଘରଦ୍ବାର, ଆସବାବପତ୍ର, ଲୁଗାପଟା ଆଦି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଦୁଇଟି ପରିବାର ସର୍ବସ୍ବାନ୍ତ ହୋଇ ପଡ଼ିଛନ୍ତି । ଏଣୁ ଏ ସଂପର୍କରେ ଖବର ପାଇ ବନବିଭାଗ ପକ୍ଷରୁ ବନପାଳ ଜଗନ୍ନାଥ ନାଗଙ୍କ ନେତ୍ରୁତ୍ବରେ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ତଦନ୍ତ କରି ଫେରିଯାଇଛନ୍ତି ।

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।