Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଗବିଜୟ ସିଂ ସହ ଗୋଟିଏ ମଞ୍ଚରେ ନଜର ଆସିଲେ ଗଡ଼କରୀ, ଏହି କଥାକୁ ନେଇ କଂଗ୍ରେସ ନେତାଙ୍କ କଲେ ଖୁବ୍ ପ୍ରଶଂସା

ପୁଣେ: ମହାରାଷ୍ଟ୍ରର ପୁଣେରେ ଏକ ପୁସ୍ତକ ଉନ୍ମୋଚନ କାର‌୍ୟ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ ଏବଂ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଗୋଟିଏ ମଞ୍ଚରେ ନଜର ଆସିଛନ୍ତି। ଏହି ସମୟରେ ଗଡ଼କରୀ ଦିଗବିଜୟ ସିଂଙ୍କୁ ପଣ୍ଢରପୁରର ଧାର୍ମିକ ଯାତ୍ରାରେ ସାମିଲ୍ ହେବା ପାଇଁ ପ୍ରଶଂସା କରିଛନ୍ତି। ସୋଲାପୁର ଜିଲ୍ଲାର ପଣ୍ଢରପୁରରେ ଭଗବାନ ବିଠଲ ଏବଂ ଦେବୀ ରୁକୁମୁଣୀଙ୍କ ମନ୍ଦିର ରହିଛି। ଏଠାକୁ ଦିଗବିଜୟ ସିଂ ପ୍ରତିବର୍ଷ ଆଷାଢ ଏକାଦଶୀରେ ପୂଜାର୍ଚ୍ଚନା ପାଇଁ ଆସିଥାନ୍ତି।

ଗଡ଼କରୀ ଏବଂ ସିଂ କଂଗ୍ରେସର ଦିବଙ୍ଗତ ନେତା ରାମକୃଷ୍ଣ ମୋରେଙ୍କ ପୁସ୍ତକ ଉନ୍ମୋଚନ ପାଇଁ ଗୁରୁବାର ପିମ୍ପରି ଚିଞ୍ଚଓ୍ଵାଡରେ ଉପସ୍ଥିତ ଥିଲେ। ଏହି ଅବସରରେ ଗଡ଼କରୀ ପ୍ରତି ବର୍ଷ ଆଷାଢ ଏକାଦଶୀରେ ପଣ୍ଢରପୁର ଆସୁଥିବାରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି। ଗଡ଼କରୀ କହିଛନ୍ତି, ମୁଁ ଆପଣଙ୍କଠୁ ବହୁତ ଛୋଟ, ମାତ୍ର ଆପଣଙ୍କ ପରି ପାଦରେ ଚାଲି ଚାଲି ଯିବାର ସାମର୍ଥ୍ୟ ମୋ ନିକଟରେ ନାହିଁ। ଆପଣ ପାଦରେ ଚାଲି ଧାର୍ମିକ ଯାତ୍ରା କରୁଛନ୍ତି, ମୁଁ ଆପଣଙ୍କୁ ଅଭିନ୍ଦନ ଜଣାଉଛି। ଏହାର ଉତ୍ତରରେ ଦିଗବିଜୟ କହିଛନ୍ତି, ଗଡ଼କରୀଙ୍କୁ ମଧ୍ୟ ଉଦ୍ୟମ କରିବା ଉଚିତ୍ ଯଦ୍ଵାରା ସେ ନିୟମିତ ଏଥିରେ ସାମିଲ୍ ହୋଇ ପାରିବେ।

ସୂଚନାଯୋଗ୍ୟ, ୨୦୧୮ରେ ଗଡ଼କରୀ ଦିଗବିଜୟ ସିଂଙ୍କ ବିରୋଧରେ ମାହନାନୀ କେସ୍ ପ୍ରତ୍ୟାହାର କରି ନେଇଥିଲେ। କାରଣ ଦିଗବିଜୟ ନିଜ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଥିଲେ। ଗଡ଼କରୀ କୋଇଲା ବ୍ଲକ ଆବଣ୍ଟନରେ କଥିତ ଅନିୟମିତତାରେ ତାଙ୍କ ନାମକୁ ଯୋଡ଼ିବା ନେଇ ଦିଗବିଜୟଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ପ୍ରତ୍ୟାହାର କରିଥିଲେ।