Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନୋଜ ମୁନ୍ତାଶିର, ଭୂଷଣ କୁମାର ଏବଂ ଓମ ରାଉତଙ୍କ ମୁସ୍କିଲ ବଢିବ, ହାଜର ହେବାକୁ ଆଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ: ଆଦିପୁରୁଷକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ। ଆହ୍ଲାବାଦ ହାଇକୋର୍ଟରେ ଫିଲ୍ମକୁ ନେଇ ଶୁଣାଣି ଚାଲିଛି। ଲକ୍ଷ୍ନୌ ବେଞ୍ଚର ବିଚାରପତି ରାଜେଶ ସିଂ ଚୌହାନ ଏବଂ ବିଚାରପତି ଶ୍ରୀପ୍ରକାଶ ସିଂ ଫିଲ୍ମର ଲେଖକ ମନୋଜ ମୁନ୍ତାଶିର ଶୁକ୍ଳା, ନିର୍ଦ୍ଦେଶକ ଓମ ରାଉତ ଏବଂ ନିର୍ମାତା ଭୂଷଣ କୁାମରଙ୍କୁ ତଲବ୍ କରିଛନ୍ତି। ଜୁଲାଇ ୨୭ରେ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ହାଇକୋର୍ଟ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ଗୋଟିଏ ସପ୍ତାହ ଭିତରେ ପାଞ୍ଚ ଜଣିଆ କମିଟି ଗଠନ କରିବାକୁ ଆଦେଶ ଦେଇଛନ୍ତି। ଏଥିସହ ୧୫ ଦିନ ଭିତରେ ଆଦିପୁରୁଷ ସଂପର୍କିତ ଅଭିଯୋଗ ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି।

ହାଇକୋର୍ଟ ନିଜ ଆଦେଶରେ ସ୍ପଷ୍ଟ କହିଛନ୍ତି ଯେ, ଏହି ପାଞ୍ଚ ଜଣିଆ କମିଟିରେ ଦୁଇ ଜଣ ଏମିତି ଲୋକ ରହିବା ବାଧ୍ୟତାମୂଳକ, ଯିଏ ବାଲ୍ମିକୀ ରାମାୟଣ, ତୁଳସୀ ଦାସଙ୍କ ରାମଚରିତ ମାନସ ଏବଂ ଅନ୍ୟ ସମ୍ବନ୍ଧିତ ଧାର୍ମିକ ଗ୍ରନ୍ଥ ଉପରେ ବିଜ୍ଞ ଥିବେ। ଏଥିସହ ହାଇକୋର୍ଟ ସେନସର ବୋର୍ଡର ଚେୟାରମ୍ୟାନ, ସଚିବଙ୍କୁ ମଧ୍ୟ ତଲବ କରିଛନ୍ତି। ସେନସର ବୋର୍ଡକୁ କୋର୍ଟ କଡ଼ା ଶବ୍ଦରେ ଭତ୍ସନା କରି କହିଛନ୍ତି ଯେ, ବୋର୍ଡ ଫିଲ୍ମକୁ ରିଲିଜ୍ କରିବାକୁ କେମିତି ଅନୁମତି ଦେଇ ପାରିଲା। ଫିଲ୍ମରେ ଏତେ ସବୁ ତ୍ରୁଟି ଥିବା ସତ୍ତ୍ଵେ ଫିଲ୍ମକୁ କେମିତି ସାର୍ଟିଫିକେଟ୍ ପ୍ରଦାନ କରାଗଲା।

ସେନସର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ପ୍ରଶ୍ନ କରିଛନ୍ତି ଯେ, ଫିଲ୍ମକୁ ନେଇ ଏ ପର‌୍ୟ୍ୟନ୍ତ କୌଣସି କାର‌୍ୟ୍ୟାନୁଷ୍ଟାନ କେମିତି ନିଆଯାଇ ନାହିଁ ? ଫିଲ୍ମର ଲେଖକ ଏବଂ ନିର୍ମାତାଙ୍କୁ ନେଇ କୋର୍ଟ କହିଛନ୍ତି, ଆଦିପୁରୁଷରେ ରାମାୟଣ ଚରିତ୍ରକୁ ବହୁତ ଲଜ୍ଜାଜନକ ଭାବେ ଚିତ୍ରଣ କରାଯାଇଛି। ହିନ୍ଦୁ ଦେବାଦେବୀଙ୍କ ସହିତ ଏମିତି ବାରମ୍ବାର ଅପମାନିତ କାହିଁକି କରାଯାଉଛି।

More Stories