Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଜ ସମର୍ଥକ ବିଧାୟକଙ୍କ ସହିତ ରାଜଭବନ ପହଞ୍ଚିଲେ ଅଜିତ୍ ପାଓ୍ଵାର ! ମହାରାଷ୍ଟ୍ର ରାଜନୀତି ସରଗରମ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବଡ଼ ଧରଣର ଓଲଟପାଲଟ୍ ଦେଖିବାକୁ ମିଳିପାରେ। ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେବାକୁ ଚାହୁଁଥିବା ଅଜିତ୍ ପାଓ୍ଵାର ରବିବାର ନିଜ ବାସଭବନରେ ସମର୍ଥକ ବିଧାୟକଙ୍କ ସହିତ ବୈଠକ କରିଛନ୍ତି। ଏହା ପରେ ୧୮ ବିଧାୟକଙ୍କ ସହିତ ରାଜଭବନ ଅଭିମୁଖେ ବାହାରିଛନ୍ତି। କୁହାଯାଉଛି, ଏନସିପିର ରାଜ୍ୟ ପ୍ରମୁଖ ଭାବେ କାମ କରିବାର ସୁଯୋଗ ନ ମିଳିବାରୁ ଅଜିତ୍ ପାଓ୍ଵାର ଖୁବ୍ ଅସନ୍ତୁଷ୍ଟ ଅଛନ୍ତି।

ବୈଠକରେ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଫୁଲ ପଟେଲ୍ ଏବଂ ସୁପ୍ରିୟା ସୁଲେ ମଧ୍ୟ ଯୋଗ ଦେଇଛନ୍ତି। ତେବେ ସୁଲେ ବୈଠକ ଛାଡ଼ି ଚାଲି ଯାଇଛନ୍ତି। ରବିବାର ସକାଳେ ଏନସିପିର ରାଜ୍ୟ ସଭାପତି ଜୟନ୍ତ ପାଟିଲ୍ ପୁଣେରେ ଥିବା ଶରଦ ପାଓ୍ଵାରଙ୍କ ସହ ଫୋନରେ କଥା ହୋଇଛନ୍ତି। ରାଜନୈତିକ ଘଟଣାକ୍ରମ ଉପରେ ନଜର ରଖିବା ପାଇଁ ଶରଦ ପାଓ୍ଵାର ପୁଣେରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ନିଜର ସମସ୍ତ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ରଦ୍ଦ କରିଛନ୍ତି।

ଅଜିତ୍ ପାଓ୍ଵାରଙ୍କ ବାସଭବନରେ ଆୟୋଜିତ ବୈଠକକୁ ନେଇ ଶରଦ ପାଓ୍ଵାର କହିଛନ୍ତି, ମୋତେ ଠିକରେ ଜଣା ନାହିଁ, କିନ୍ତୁ ବିରୋଧୀ ଦଳ ନେତା ହିସାବରେ ଅଜିତଙ୍କୁ ବିଧାୟକଙ୍କ ବୈଠକ ଡକାଇବାର ଅଧିକାର ରହିଛି। ସେ ନିୟମିତ ଭାବେ ଏହା କରିଛନ୍ତି। ମୋତେ ଏହି ବୈଠକ ବିଷୟରେ ଅଧିକ ସୂଚନା ନାହିଁ। ମାତ୍ର ମୋ ପାଖରେ ଯାହା ସୂଚନା ରହିଛି, ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ନେତାମାନେ ତାଙ୍କୁ ଭେଟିବାକୁ ଆସିବେ।

ଚଳିତ ସପ୍ତାହ ଆରମ୍ଭରେ ଏନସିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଅଜିତ୍ ପାଓ୍ଵାରଙ୍କ ଇସ୍ତଫା ଉପରେ ଆଲୋଚନା ହୋଇଥିଲା। ପାର୍ଟି ନେତାମାନେ କହିଥିଲେ, ଚୂଡାନ୍ତ ନିଷ୍ପତ୍ତି ଦୁଇ ମାସର ନିଆଯିବାର ସମ୍ଭାବନା ରହିଛି। ଅଜିତ୍ ପାଓ୍ଵାର ମଧ୍ୟ ନିଜ ଆଡୁ ବିରୋଧୀ ଦଳ ନେତା ପଦ ଛାଡ଼ିବାକୁ କହିଥିଲେ। ଏହା ପୂର୍ବରୁ ମଧ୍ୟ ଚର୍ଚ୍ଚା ଖୁବ୍ ଚାଲିଥିଲା ଯେ, ଅଜିତ୍ ବିଜେପିରେ ସାମିଲ୍ ହୋଇ ପାରନ୍ତି। କାରଣ ଅଜିତ୍ ପାଓ୍ଵାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଥିଲେ।