Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଯୁଗସାଇପାଟଣା ଉଚ୍ଚବିଦ୍ୟାଳୟରେ ୭୪ତମ ବନ ମହୋତ୍ସବ ପାଳିତ

କଳାହାଣ୍ଡି,୦୩/୦୭-ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଆଜି ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଯୁଗସାଇପାଟଣା ଉଚ୍ଚ ବିଦ୍ୟାଳୟ ପରିସରରେ ଦକ୍ଷିଣ ବନଖଣ୍ଡ କର୍ଲାପାଟ ରେଞ୍ଜ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳନ ହୋଇଯାଇଛି । କର୍ଲାପଟ ରେଞ୍ଜର ତୀର୍ଥରାମ ମାଝୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସମିତି ସଭ୍ୟ ତଥା ବିଜୁ ଯୁବ ଜନତା ଦଳର ଯୁବ ସମ୍ପାଦକ ସେନାପତି ନାଏକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ମୁଖ୍ୟବକ୍ତା ଭାବରେ ପ୍ରକୃତି ବନ୍ଧୁ ଅଶୋକ ପଟ୍ଟନାୟକ ଉପସ୍ଥିତ ରହି ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ଥାନୀୟ ବାସିନ୍ଦାଙ୍କୁ ଉଦବୋଧନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଫରେଷ୍ଟର ଯୋଗେନ୍ଦ୍ର ମାଝୀଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଦକ୍ଷିଣ ବନଖଣ୍ଡର କର୍ମଚାରୀ ଏବଂ ନାଏବ ସରପଞ୍ଚ ବାରୁ ମାଝୀ, ୱାର୍ଡ ସଭ୍ୟ ସଭ୍ୟା ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ସ୍ଥାନୀୟ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ ।