Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଳାହାଣ୍ଡି ଜିଲ୍ଲା ପାଇଁ ୮ ସାଧାରଣ ସଂପାଦକ, ୧୨ ସଂପାଦକଙ୍କ ନାମ ଘୋଷଣା କଲା ବିଜେଡି

କଳାହାଣ୍ଡି-ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଏହାକୁ ଦ୍ରୁଷ୍ଟିରେ ରଖି ଶାସକ ବିଜୁ ଜନତାଦଳ ନିଜର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି ! ଏପରି ପରିସ୍ଥିତିରେ କଳାହାଣ୍ଡି ଜିଲ୍ଲାରେ ଦଳ ନିଜର ସାଂଗଠନିକ ସ୍ଥିତିକୁ ମଜବୁତ୍ କରିବାକୁ ଏକାଦିକ୍ରମେ ୮ ଜଣ ସାଧାରଣ ସଂପାଦକ ଓ ୧୨ଜଣ ସଂପାଦକଙ୍କୁ ନିଯୁକ୍ତି ଦେଇଛି ! ସେଥିମଧ୍ୟରୁ ସାଧାରଣ ସଂପାଦକ ଭାବେ ଧର୍ମେନ୍ଦ୍ର ନାଏକ, ଟିକେଲାଲ ସାହୁ, ଯଯାତିକେଶରୀ ନାୟକ, ମହେଶ ସାହୁ, ମାଣିକ୍ୟ ନାଏକ, ମନମୋହନ ନାଏକ, କିଶୋର ପ୍ରଧାନୀ, ଗୌରଚନ୍ଦ୍ର ଛତ୍ରିଆଙ୍କ ନାମ ଘୋଷଣା କରିଛି ଦଳ ! ସେହିପରି ଦଳର ଜିଲ୍ଲା ସଂପାଦକ ଭାବେ ସୁରେଶ ମହାନନ୍ଦ, ବିଜୟ କୁମାର ସାହୁ, ସନ୍ତୋଷ ଶର୍ମା, ପ୍ରଶାନ୍ତ ତିୱାରୀ, ଇଂ ଦୀନେଶ ରାଉତ, ନବୀନ ପଣ୍ଡା, ବୁଦ୍ଧିରାମ ସାହୁ, ପ୍ରେମଲାଲ ନାଏକ, ମଳୟ ଆଚାର୍ଯ୍ୟ, ଶ୍ରୀନିବାସ ମିଶ୍ର, ପାତ୍ର ମାଝୀ, ଜଗଦୀଶ ବେନିଆଁଙ୍କ ନାମ ଘୋଷଣା କରାଯାଇଛି ! ତେବେ ସାଧାରଣ ସଂପାଦକ ଓ ସଂପାଦକମଣ୍ଡଳୀରେ ଏଥର ଜିଲ୍ଲାର ସବୁ ଅଞ୍ଚଳକୁ ଗୁରୁତ୍ବ ଦିଆଯାଇଛି ! କିଛିଦିନ ତଳେ ଦଳରେ ବିଦ୍ରୋହ ଡାକରା ଦେଇଥିବା ଟିକେଲାଲ ସାହୁଙ୍କୁ ସନ୍ତୁଷ୍ଟ କରିବାକୁ ଦଳ ଉଦ୍ୟମ କରିଥିବାବେଳେ ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ମାଣିକ୍ୟ ନାଏକ, ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ପାତ୍ର ମାଝୀ ପ୍ରମୁଖଙ୍କୁ ଦଳ ପଦୋନ୍ନତି ଦେଇଛି ! ଏନେଇ ଦଳର ରାଜ୍ୟ ସାଧାରଣ ସଂପାଦକ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ! ଏକାଦିକ୍ରମେ ୨୦ଜଣଙ୍କୁ ଦଳ ପକ୍ଷରୁ ଦାୟିତ୍ବ ଦିଆଯାଇଥିବାବେଳେ ଏହାକୁ ସାଧାରଣ ନିର୍ବାଚନର ପ୍ରାକ୍ ପ୍ରସ୍ତୁତି ବୋଲି କୁହାଯାଉଛି !