Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ଉପରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା, କେଜରିଓ୍ଵାଲଙ୍କୁ ମିଳିଲା ବଡ଼ ଆଶ୍ଵସ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ଇଲେକ୍ଟ୍ରିସିଟି ରେଗୁଲେଟର କମିସନ(ଡିଇଆରସି) ଚେୟାରମ୍ୟାନ ନିଯୁକ୍ତି ବିବାଦରେ ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଝଟକା ଲାଗିଥିବା ବେଳେ ଅରବିନ୍ଦ କେଜରିଓ୍ଵାଲ ସରକାରଙ୍କୁ ଆଶ୍ଵସ୍ତି ମିଳିଛି। ସୁପ୍ରିମକୋର୍ଟ ଚେୟାରମ୍ୟାନ ଭାବେ ନିଯୁକ୍ତି ହୋଇଥିବା ଅବସରପ୍ରାପ୍ତ ବିଚାରପତି ଉମେଶ କୁମାରଙ୍କ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇଛନ୍ତି। କୋର୍ଟ କେନ୍ଦ୍ର ସରକାର ଏବଂ ଉପରାଜ୍ୟପାଳଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୧ ଧାର୍ଯ୍ୟ କରାଯାଇଛି। ସେ ପର୍ଯ୍ୟନ୍ତ ଶପଥ ଗ୍ରହଣ ଉପରେ ରୋକ୍ ଲାଗିବ। କିନ୍ତୁ ଏଲଜି ସକ୍ସେନା ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଶପଥ ଗ୍ରହଣ କରାଇବାକୁ ଚାହୁଁଥିଲେ।

ଏଲଜିଙ୍କ ପକ୍ଷରୁ ନିଯୁକ୍ତିକୁ ଅରବିନ୍ଦ କେଜରିଓ୍ଵାଲଙ୍କ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମଙ୍ଗଳବାର ଏହି ପ୍ରସଙ୍ଗରେ ଶୁଣାଣି ସମୟରେ ଆମ୍ ଆଦମୀ ପାର୍ଟି ସରକାର କହିଛନ୍ତି, ଏଲଜି ମାଗଣା ବିଜୁଳି ଯୋଜନାକୁ ରୋକିବାକୁ ଚାହାନ୍ତି। ଦିଲ୍ଲୀରେ ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍ ଯାଏ ମାଗଣା ବିଜୁଳି ଦିଆଯାଉଛି, ଯାହା ସବୁଠୁ ଲୋକପ୍ରିୟ ଯୋଜନା। କିନ୍ତୁ ଏଲଜି ନିଜ ପସନ୍ଦର ଚେୟାରମ୍ୟାନ ନିଯୁକ୍ତ କରି ଯୋଜନାକୁ ରୋକିବାକୁ ଚାହାନ୍ତି ବୋଲି ଆପ୍ ପକ୍ଷରୁ ଦଲିଲ ଦିଆଯାଇଛି।

ସୂଚନାଯୋଗ୍ୟ, ଶକ୍ତି ମନ୍ତ୍ରୀ ଆତିଶି ସୋମବାର ଉମେଶ କୁମାରଙ୍କୁ ପଦର ଶପଥ ଗ୍ରହଣ କରାଇବାର ଥିଲା। ହେଲେ ଅଚାନକ ତାଙ୍କର ସ୍ଵାସ୍ଥ୍ୟ ସମସ୍ୟା ଦେଖା ଦେବାରୁ କାର୍ଯ୍ୟକ୍ରମ ଜୁଲାଇ ୬ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। କୁମାରଙ୍କୁ ଜୁନ ୨୧ରେ ଡିଇଆରସିର ଚେୟାରମ୍ୟାନ ପଦରେ ନିଯୁକ୍ତ କରାଯାଇଥିଲା। ଆପ୍ ସରକାର ତାଙ୍କର ନିଯୁକ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଆଉ ଏହା ଉପରେ ଆଜି ଶୁଣାଣି ସୁପ୍ରିମକୋର୍ଟ କୁମାରଙ୍କ ଶପଥ ଗ୍ରହଣ ସମାରୋହ ଉପରେ ରୋକ୍ ଲଗାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ