Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯାଚିକା ଦାୟର କରିବା ପରିବର୍ତ୍ତେ ପାଠପଢା ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍ ଜରିମାନା ଲାଗିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଜନସ୍ଵାର୍ଥ ମାମଲା ଖାରଜ କରିଛନ୍ତି। ଏଥିରେ ସମ୍ବିଧାନରେ ଲିଙ୍ଗ ତଟସ୍ଥ ଶବ୍ଦର ବ୍ୟବହାର ନ କରିବା ଏବଂ ଏହାର ସମସ୍ତ ଶବ୍ଦାବଳୀକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲା। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ପିଏସ ନରସିମାହଙ୍କ ପୀଠ ଆବେଦନକାରୀଙ୍କୁ ଯାଚିକା ଦାୟର କରିବା ବଦଳରେ ନିଜର ପଢା ଉପରେ ଧ୍ୟାନ ଦେବାକୁ ଉପଦେଶ ଦେଇଛନ୍ତି। ଆବେଦକାରୀ ଜଣେ ଆଇନ ଛାତ୍ର।

ପୀଠ କହିଛନ୍ତି, ଆପଣ ଯାଚିକା ଦାଖଲ କରିବା ପରିବର୍ତ୍ତେ ଆଇନର ସ୍କୁଲରେ କାହିଁକି ପାଠ ପଢାଉ ନାହାନ୍ତି। ଏବେ ଆମକୁ ଜରିମାନା ଲଗାଇବା ଆରମ୍ଭ କରିବାକୁ ପଡ଼ିବ। ଆପଣ ଚାହାନ୍ତି ଆମେ ସମ୍ବିଧାନରୁ ଶବ୍ଦାବଳୀ ହଟାଇ ଦେବୁ ? ଏଥିପାଇଁ ଏବେ ଆମକୁ ସାମ୍ବିଧାନିକ ଶବ୍ଦାବଳୀକୁ ସମାପ୍ତ କରି ଦେବା ଉଚିତ୍ କାରଣ ଏଥିରେ ଅଧ୍ୟକ୍ଷ କୁହାଯାଇ ନାହିଁ। କାରଣ ମହିଳାଙ୍କୁ ମଧ୍ୟ ଏହି ପଦରେ ନିଯୁକ୍ତି କରାଯାଇ ପାରିବ। ଆପଣଙ୍କ ଯାଚିକା ଗୁରୁତ୍ଵହୀନ, ତେଣୁ ଖାରଜ କରାଯାଉଛି। ସୁପ୍ରିମକୋର୍ଟ ଆଇନ ଛାତ୍ର ହର୍ଷ ଗୁପ୍ତାଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ ଶୁଣାଣି କରୁଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ