Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରିସ୍ରା କାଣ୍ଡ: ପୀଡ଼ିତ ଦଶମଥଙ୍କ ପାଦ ଧୋଇଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କହିଲେ- ତୁମ

ଭୋପାଳ: ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣାର ତୀବ୍ର ନିନ୍ଦା କରାଯାଇଛି। ମଧ୍ୟପ୍ରଦେଶ ସରକାର ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସବୁ ବର୍ଗରୁ ଦାବି ଉଠିଥିଲା। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୀଡ଼ିତ ଯୁବକଙ୍କ ପାଦ ଧୋଇବା ସହ କ୍ଷମା ମାଗିଛନ୍ତି। ଚୌହାନ କହିଛନ୍ତି, ଏହି ଘଟଣାରେ ସେ ବହୁତ ମର୍ମାହତ। ମୁଖ୍ୟମନ୍ତ୍ରୀ ବାସଭବନରେ ତଳେ ବସି ଆଦିବାସୀ ଯୁବକ ଦଶମତ ରାଉତଙ୍କ ପାଦ ଧୋଇ ଉପକୌଢନ ଦେଇଛନ୍ତି। ସେ ଯୁବକଙ୍କୁ ସୁଦାମା ସମ୍ବୋଧିତ କରି ତୁମେ ଆଜିଠୁ ମୋର ମିତ୍ର ବୋଲି କହିଛନ୍ତି।

ଜଣେ ଅଧିକାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅପମାନ ସହିଥିବା ବ୍ୟକ୍ତିଙ୍କୁ ବାସଭବନରେ ଚୌକିରେ ବସାଇଥିଲେ। ଥାଳିରେ ପୀଡିତ ବ୍ୟକ୍ତିଙ୍କ ପାଦ ରଖି ଧୋଇଥିଲେ। ଏହି ସମୟରେ ପୀଡିତଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ବିଶେଷ କରି ଏହା ଜାଣିବାକୁ ଚେଷ୍ଟା କରିଥିଲେ ଯେ, ବ୍ୟକ୍ତିଙ୍କ ନିକଟକୁ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ଲାଭ ପହଞ୍ଚୁଛି ନା ନାହିଁ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏବଂ ଉକ୍ତ ବ୍ୟକ୍ତି ଭୋପାଳର ସ୍ମାର୍ଟ ସିଟି ପାର୍କରେ ବୃକ୍ଷରୋପଣ କରିଥିଲେ।

ସୂଚନାଯୋଗ୍ୟ, ଆଦିବାସୀ ବ୍ୟକ୍ତିଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତ ପ୍ରବେଶ ଶୁକ୍ଳାକୁ ପୋଲିସ ବୁଧବାର ଗିରଫ କରିଥିଲା। ଏହା ସହିତ ଅଭିଯୁକ୍ତ ବିରୋଧରେ ରାଷ୍ଟ୍ରୀୟ ସୁରକ୍ଷା ଆଇନ(ଏନଏସଏ) ଆଧାରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ଯାଇଛି। ଏହି ସମ୍ବେଦନଶୀଳ ଘଟଣାର ଭିଡିଓ ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହା ପରେ ପୋଲିସ ଶୁକ୍ଳା ବିରୋଧରେ ମାମଲା ରୁଜୁ କରିଥିଲା। କେବଳ ଏତିକି ନୁହେଁ ଅଭିଯୁକ୍ତର ଘରକୁ ବୁଲଡୋଜର ଜରିଆରେ ଭଙ୍ଗା ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ