Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦରିଆ ପାରିରେ ପହଞ୍ଚିଲା IIT, ଏବେ ତାଞ୍ଜାନିଆରେ ଖୋଲିବ ପ୍ରଥମ ବିଦେଶୀ କ୍ୟାମ୍ପସ

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି(ଆଇଆଇଟି) ଏବେ ଭାରତ ସୀମା ଡେଇଁ ଦରିଆ ପାରିରେ ପହଞ୍ଚିଛି। ତାଞ୍ଜାନିଆର ଜଞ୍ଜିବାରରେ ଦେଶ ବାହାରେ ପ୍ରଥମ ଥର ଆଇଆଇଟି ଶିକ୍ଷାନୁଷ୍ଠାନ ଖୋଲିବାକୁ ଯାଉଛି। ଭାରତ ସରକାର ୨୦୨୦ର ଜାତୀୟ ଶିକ୍ଷା ନୀତି(ଏନଇପି) ଆଧାରରେ ଏହି ପଦକ୍ଷେପ ନେଇଛନ୍ତି। ଏନଇପିରେ କୁହାଯାଇଥିଲା ଯେ, ଭାରତରେ ଭଲ ପ୍ରଦର୍ଶନ କରୁଥିବା ବିଶ୍ଵ ବିଦ୍ୟାଳୟର କ୍ୟାମ୍ପସ ବିଦେଶରେ ମଧ୍ୟ ଖୋଲାଯିବ।

ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ତାଞ୍ଜାନିଆ ଗସ୍ତରେ ଦୁଇ ଦେଶ ମଧ୍ୟରେ ଶିକ୍ଷା ଅଧିକାରକୁ ନେଇ ଚୁକ୍ତିନାମା ହୋଇଥିଲା। ଏହା ଅନୁଯାୟୀ, ଜଞ୍ଜିବାରରେ ଆଇଆଇଟି ମାଡ୍ରାସର କ୍ୟାମ୍ପସ ସ୍ଥାପିତ କରାଯିବ। ଏହି କ୍ୟାମ୍ପସରେ ଚଳିତ ବର୍ଷ ଅକ୍ଟୋବରରୁ ପାଠପଢା ଆରମ୍ଭ ହୋଇଯିବ। ଗୁରୁବାର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟ ଏହାର ସୂଚନା ଦେଇଛନ୍ତି।

ଜଞ୍ଜିବାର ପୂର୍ବ ଆଫ୍ରିକାରେ ସ୍ଥିତ ଏକ ଦ୍ଵୀପପୁଞ୍ଜ। ୧୯୬୪ରେ ଏହାର ତାଞ୍ଜାନିଆ ସହ ମିଶ୍ରଣ ଘଟିଥିଲା ଏବଂ ତାଞ୍ଜାନିଆ ଗଣରାଜ୍ୟର ଗଠନହ ହୋଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଏହି କ୍ୟାମ୍ପସରେ ଆଡମିଶନ ନିୟମ ଆଇଆଇଟି ମାଡ୍ରାସ ଅନୁସାରେ କରାଯିବ ଏବଂ ସଂସ୍ଥା ଜରିଆରେ ଡିଗ୍ରୀ ପ୍ରଦାନ କରାଯିବ। ଆଇଆଇଟି ମାଦ୍ରାସ ହିଁ ଏହି କ୍ୟାମ୍ପସର ରଣନୀତି ଏବଂ ରୂପରେଖ ପ୍ରସ୍ତୁତ କରିବ।

୨୦୨୧ରେ ସରକାର ବିଦେଶରେ ଶିକ୍ଷାନୁଷ୍ଠାନ ସ୍ଥାପିତ କରିବା ପାଇଁ ୧୬ ଜଣିଆ କମିଟି ଗଠନ କରିଥିଲେ। ଆଇଆଇଟି କାଉନସିଲର ସ୍ଥାୟୀ କମିଟିର ଅଧ୍ୟକ୍ଷତା କରୁଥିଲେ ରାଧାକୃଷ୍ଣନଃ।