Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାର ତଦାରଖ କଲେ ରାଜ୍ୟସ୍ତରୀୟ ସ୍ବତନ୍ତ୍ର ଟିମ୍

କଳାହାଣ୍ଡି: ଅନୁସୂଚିତ ଜାତି ଓ ଜନଜାତିଙ୍କ ଉନ୍ନୟନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ କେନ୍ଦ୍ରର ଏନଡିଏ ସରକାର ଚାଳିଶ ପ୍ରତିଶତ ଅନୁସୂଚିତ ଜାତିର ଲୋକେ ବସବାସ କରୁଥିବା ଗାଁ ଗୁଡ଼ିକୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ସାମିଲ କରିବାକୁ ପଦକ୍ଷେପ ନେଇଛନ୍ତି ।୨୦୦୯-୧୦ ଆର୍ଥିକ ବର୍ଷରେ ପାଇଲଟ୍ ପ୍ରକଳ୍ପ ଭାବେ ଆରମ୍ଭ ହୋଇଥିବା ଏଇ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଦେଶର ଏକ ହଜାର ଗାଁକୁ ସାମିଲ କରିବାକୁ ପଦକ୍ଷେପ ନିଆଯାଇଥିଲା ।ଏଇ ଯୋଜନାର ସଫଳତା ହାରକୁ ଦେଖି କେନ୍ଦ୍ର ସରକାର ଏଇ ଯୋଜନାର ସଂପ୍ରସାରଣ କରିଥିବାବେଳେ ଏଥିରେ ସାମିଲ ହୋଇଛି କଳାହାଣ୍ଡି ଜିଲ୍ଲାର ନର୍ଲା, ଲାଞ୍ଜିଗଡ଼ ଓ ଭବାନୀପାଟଣା ବ୍ଲକର ଏକାଧିକ ଗାଁ । ଏଇ ଗାଁଗୁଡ଼ିକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଅନୁଦାନ ଦ୍ବାରା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ସେସବୁର ତଦାରଖ ଓ ସମୀକ୍ଷା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି । ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଅର୍ଥ ସମବାୟ ସମିତି ଲିମିଟେଡର ଅଧ୍ୟକ୍ଷ ଆଶିଷ କୁମାର ମହାନ୍ତିଙ୍କ ନେତ୍ରୁତ୍ବରେ ଅକ୍ଷୟ କୁମାର ସାହୁ, ଗିରିଜାକାନ୍ତ ଦାଶ, ସମ୍ବିତ ସ୍ବୟଂପ୍ରକାଶ ସ୍ବାଇଁ, ବରିଷ୍ଠ ସାମ୍ବାଦିକ ସୁବ୍ରତ ଚୌଧୁରୀ, ଅଭିରାମ ନାୟକ, କଳାହାଣ୍ଡି ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ ପ୍ରମୁଖ ଏଇ ଗସ୍ତରେ ସାମିଲ ଥିଲେ । ସେହିପରି ସଂପ୍ରୁକ୍ତ ବ୍ଲକର ବିଡିଓ ଏବଂ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ୍ୟ ଯୋଜନାରେ ଚାଲିଥିବା ସୋଲାର ଲାଇଟ୍, ସୋଲାର ସିଷ୍ଟମରେ ପାନୀୟ ଜଳ ଯୋଗାଣ, ପ୍ଲେଭରବ୍ଲକ ରାସ୍ତା, କଂକ୍ରିଟ ରାସ୍ତା ଓ ଗ୍ରାମସଭାରେ ପ୍ରସ୍ତାବିତ କାର୍ଯ୍ୟ ଗୁଡ଼ିକର ତଦାରଖ କରିଥିଲେ । ସୂଚନାଯୋଗ୍ୟ, ଏଇ ଯୋଜନାରେ ସାମିଲ ଥିବା ପ୍ରତି ଗାଁଗୁଡ଼ିକର ଉନ୍ନୟନ ପାଇଁ ୪୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଆସିଛି ।