Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସବୁ ଦିନ ପାଇଁ ଅଯୋଗ୍ୟ କରି ଦିଅନ୍ତୁ,କିଛି ଫରକ ପଡ଼ିବ ନାହିଁ; ନିଷ୍ପତ୍ତି ପରେ ଗର୍ଜିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମାନହାନୀ ମାମଲାରେ ଗୁଜରାଟ ହାଇକୋର୍ଟରୁ ନିରାଶ ହେବା ପରେ ଖୁବ୍ ବର୍ଷିଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କହିଛନ୍ତି, ସବୁ ଦିନ ପାଇଁ ସଂସଦରୁ ଅଯୋଗ୍ୟ ଘୋଷିତ କରି ଦେଲେ ବି ତାଙ୍କୁ କୌଣସି ଫରକ ପଡ଼ିବନି। କେବେ ମଧ୍ୟ ପ୍ରଶ୍ନ ପଚାରିବା ବନ୍ଦ କରିବି ନାହିଁ ବୋଲି ରାହୁଲ କହିଛନ୍ତି। ସେ କହିଛନ୍ତି ମୁଁ ହିନ୍ଦୁସ୍ଥାନର ଗଣତନ୍ତ୍ର ପାଇଁ ଲଢେଇ ଜାରି ରଖିବି।

ରାହୁଲ କହିଛନ୍ତି, ମୁଁ କୌଣସି କଥାକୁ ଭୟ କରେ ନାହିଁ, ଏହା ହିଁ ସତ୍ୟ। ମୋତେ ଲୋକସଭାର ସଦସ୍ୟତା ମିଳୁ କି ନ ମିଳୁ ନିଜର କାମ କରି ଚାଲିବି। ମୋତେ ଅସ୍ଥାୟୀ ଭାବେ ଅଯୋଗ୍ୟ ଘୋଷିତ କରି ଦିଆଗଲା ମଧ୍ୟ ମୁଁ ମୋ କାମ ଜାରି ରଖିବି। ମୁଁ ସଂସଦ ଭିତରେ ରହେ କି ନ ରହେ ମୋତେ ଏଥିରେ କୌଣସି ଫରକ ପଡ଼େ ନାହିଁ। ମୁଁ ନିଜର ତପସ୍ୟା ଜାରି ରଖିବି। ମୋତେ ଜେଲ୍ ପଠାଇ ଦେଲେ ବି ପ୍ରଶ୍ନ ପଚାରିବା ଜାରି ରଖିବି ବୋଲି କଂଗ୍ରେସ ନେତା କହିଛନ୍ତି।

ସୂଚନାଯୋଗ୍ୟ, ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ମୋଦି ସାଙ୍ଗିଆକୁ ନେଇ ରୁଜୁ ମାନହାନୀ ମାମଲାରେ ଦୋଷସିଦ୍ଧ ଏବଂ ଦଣ୍ଡ ଉପରେ ରୋକ ଲଗାଇବା ପାଇଁ ଦାଖଲ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ। ଫଳରେ ରାହୁଲଙ୍କ ୨ ବର୍ଷର ଜେଲ ଦଣ୍ଡାଦେଶ ମଧ୍ୟ ବଳବତ୍ତର ରହିଛି। ଉଚ୍ଚ ନ୍ୟାୟାଳୟରୁ ନିରାଶ ହେବା ପରେ ରାହୁଲ ଗାନ୍ଧୀ ଏବେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେବେ। କଂଗ୍ରେସର ସାଧାରଣ ସଂପାଦକ କେସି ବେଣୁଗୋପାଳ ଏହାର ସୂଚନା ଦେଇଛନ୍ତି।

ସୁରଟ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ । ଉକ୍ତ ଆଦେଶରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି। ତେଣୁ ଆବେଦନ ଖାରଜ ହୋଇଛି। ଅଦାଲତ ଆହୁରି କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅତି କମରେ ୧୦ ଟି ଅପରାଧିକ ମାମଲା ବିଚାରାଧୀନ ଅଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ