Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଙ୍ଗାଲୁରୁ ବୈଠକ ପାଇଁ AAPକୁ ମିଳିଲା କଂଗ୍ରେସର ନିମନ୍ତ୍ରଣ, ଏବେ ବି ବଡ଼ ବାଧକ ଦିଲ୍ଲୀ ଅଧ୍ୟାଦେଶ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(ଆପ)କୁ ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ପାର୍ଟିଙ୍କ ଦ୍ଵିତୀୟ ବୈଠକରେ ଯୋଗ ଦେବାକୁ କଂଗ୍ରେସ ତରଫରୁ ନିମନ୍ତ୍ରଣ ମିଳିଛି। ପାର୍ଟି ନେତା ରାଘବ ଚଡ୍ଡା ଶୁକ୍ରବାର ଏହାର ସୂଚନା ଦେଇଛନ୍ତି। ଆପର ରାଜ୍ୟସଭା ସାଂସଦ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙଯକ ସହ କୌଣସି ବି ଆଲୋଚନା ତେବେ ହେବ ଯେବେ କଂଗ୍ରେସ ଆନୁଷ୍ଠନିକ ଭାବେ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବ।

ଚଡ୍ଡା କହିଛନ୍ତି, କଂଗ୍ରେସ ପାର୍ଟି ଆପକୁ ବେଙ୍ଗାଲୁରୁ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ ପଠାଇଛନ୍ତି। ପାଟନା ବୈଠକରେ ଆପ୍ ସମସ୍ତ ସମାନ ବିଚାରଧାରା ଦଳ ସାମ୍ନାରେ କଂଗ୍ରେସକୁ କହିଥିଲା ଯେ, ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ୧୫ ଦିନ ପୂର୍ବରୁ କଂଗ୍ରେସ ଦିଲ୍ଲୀ ଅଧ୍ୟାଦେଶ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁ। ରାଘବ କହିଛନ୍ତି, ଆଶା କରୁଛୁ ସେମାନେ ଶୀଘ୍ର ଏମିତି କରିବେ ଏବଂ ଆଗକୁ ସମସ୍ତ ଆଲୋଚନା ଆନୁଷ୍ଠନିକ ଘୋଷଣା ପରେ କରାଯିବ।

ଆପ ମୁଖପାତ୍ର ସନ୍ଦୀପ ପାଠକ ୨୦୨୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ବିଜେପିର ମୁକାବିଲା ପାଇଁ ବିରୋଧୀ ଏକଜୁଟତା ଉପରେ ଗୁରୁତ୍ଵାରୋପ କରିଛନ୍ତି। ସେ ଆଶା କରିଛନ୍ତି ଯେ, ବେଙ୍ଗାଲୁରୁ ବୈଠକ ସାର୍ଥକ ରହିବ। ତଥାପି ଏବେ ବି ବଡ଼ ବାଧକ ଦିଲ୍ଲୀ ଅଧ୍ୟାଦେଶ ରହିବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।