Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏବେ ଧଳା ନୁହେଁ କମଳା ରଙ୍ଗରେ ନଜର ଆସିବ ବନ୍ଦେ ଭାରତ ଟ୍ରେନ

ନୂଆଦିଲ୍ଲୀ: ଭାରତରେ ନିର୍ମିତ ବନ୍ଦେ ଭାରତ ଟ୍ରେନର ରଙ୍ଗ ଏବେ ଧଳା ନୁହେଁ କମଳା ରଙ୍ଗର ରହିବ। ଏହାର ସୂଚନା ଦେଇଛନ୍ତି ରେଲଓ୍ଵେ ଅଧିକାରୀ। ଜନୈକ ଅଧିକାରୀ କହିଛନ୍ତି, ଭାରତରେ ନିର୍ମିତ ସେମି ହାଇସ୍ପିଡ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସର ୨୮ତମ ରାକର ରଙ୍ଗ କମଳ ହେବ। ହେଲେ କମଳା ରଙ୍ଗର ଡିଜାଇନରେ ପ୍ରସ୍ତୁତ ବନ୍ଦେ ଭାରତ ଏକ୍ସପ୍ରେସ୍ ଏ ପର୍ଯ୍ୟନ୍ତ ଚଳାଚଳ କରି ନାହିଁ। ଏହା ବର୍ତ୍ତମାନ ଚେନ୍ନାଇର ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରେ ରହିଛି, ଯେଉଁଠି ବନ୍ଦେ ଭାରତ ଟ୍ରେନର ନିର୍ମାଣ କରାଯାଉଛି।

ଅଧିକାରୀଙ୍କ ଅନୁଯାୟୀ, ବନ୍ଦେ ଭାରତ ଏକ୍ସପ୍ରେସର ମେଟ୍ ୨୫ ଟ୍ରେନ ସମଗ୍ର ଦେଶରେ ବିଭିନ୍ନ ରୁଟରେ ଚଳାଚଳ କରୁଛି ଏବଂ ୨ଟି ଟ୍ରେନ ରିଜର୍ଭ ରଖାଯାଇଛି। ତେବେ ୨୮ତମ ଟ୍ରେନର ରଙ୍ଗ ପରୀକ୍ଷାମୂଳକ ଭାବେ ବଦଳା ଯାଇ କମଳା ରଙ୍ଗ କରାଯାଇଛି।

ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଶନିବାର ଚେନ୍ନାଇ ସ୍ଥିତ ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରିର ନିରୀକ୍ଷଣ କରିଥିଲେ। ଏହି ସମୟରେ ବନ୍ଦେ ଭାରତ ଏକ୍ସପ୍ରେସରେ ସୁଧାର ସମେତ ଦକ୍ଷିଣ ରେଲଓ୍ଵେରେ ସୁରକ୍ଷା ଉପାୟର ସମୀକ୍ଷା କରିଛନ୍ତି। ଏହା ପରେ ରେଳ ମନ୍ତ୍ରୀ କହିଛନ୍ତି, ସ୍ଵଦେଶୀ ଟ୍ରେନର ୨୮ତମ ରାକର ରଙ୍ଗ ଭାରତୀୟ ତ୍ରିରଙ୍ଗାରେ ପ୍ରେରିତ। ସେ କହିଛନ୍ତି ବନ୍ଦେ ଭାରତ ଟ୍ରେନରେ ମୋଟ୍ ୨୫ ପ୍ରକାରର ସୁଧାର କରାଯାଇଛି।

ରେଳ ମନ୍ତ୍ରୀ କହିଛନ୍ତି, ଏହା ମେକ୍ ଇନ ଇଣ୍ଡିଆର ଅବଧାରଣା, ଯାହାର ଅର୍ଥ ଏହା ଭାରତରେ ଆମର ଇଞ୍ଜିନିୟରିଂ ଏବଂ ଟେକ୍ନସିଆନଙ୍କ ଦ୍ଵାରା ଡିଜାଇନ କରାଯାଇଛି। ଏଥିପାଇଁ ବନ୍ଦେ ଭାରତ ଟ୍ରେନର ସଞ୍ଚାଳନ ସମୟରେ ଏସି, ଶୌଚାଳୟ ଆଦି ସଂପର୍କରେ ଅନେକ ମତାମତ ଆସୁଛି। ସେହି ମୁତାବକ ଟ୍ରେନର ଡିଜାଇନ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ