Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲମପୁର ଥାନାଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଘଟଣା, ଗ୍ରାଉଣ୍ଡ ଜୀରୋରେ ପହଞ୍ଚିଲା ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ

କଳାହାଣ୍ଡି,୦୯/୦୭-କଳାହାଣ୍ଡି ଜିଲ୍ଲା କଲମପୁର ଥାନାଞ୍ଚଳରେ ଜଣେ ୭ ବର୍ଷୀୟା ଶିଶୁକନ୍ୟା ଉପରେ ପାଶବିକ ଅତ୍ୟାଚାର ଖବର ପାଇବା ପରେ ଦୋଷୀକୁ ତୁରନ୍ତ ଗିରଫ ଓ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଗ୍ରାଉଣ୍ଡ ଜୀରୋରେ ପହଞ୍ଚିଛନ୍ତି ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଏକ ପ୍ରତିନିଧି ଦଳ ! ସେମାନେ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଧୀରଜ ଚୋପଦାର ଓ କଲମପୁର ଥାନାଧିକାରୀ ଯୁଗଳ ଶବରଙ୍କୁ ସାକ୍ଷାତ କରି ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ଦାବି ନେଇ ଆଲୋଚନା କରିଥିଲେ ! ଏଇ ପ୍ରତିନିଧି ଦଳରେ ଫେଡେରେସନର ଉପଦେଷ୍ଟା ତଥା କୋକସରା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଗୋବର୍ଦ୍ଧନ ବାଗଙ୍କ ନେତୃତ୍ୱରେ ଫେଡେରେସନର ଅନ୍ୟତମ ଉପଦେଷ୍ଟା ତଥା ଜିଲ୍ଲା ଶିଳ୍ପକେନ୍ଦ୍ରର ଅବସରପ୍ରାପ୍ତ ଜଏଣ୍ଟ ଡାଇରେକ୍ଟର ଗରୁଡ଼ ବାଗ, ପୂର୍ବତନ କୋକସରା ବ୍ଲକ ଅଧ୍ୟକ୍ଷା ସଭ୍ୟାରାଣୀ ବାଗ, ବରିଷ୍ଠ ସାମ୍ବାଦିକ ଲକ୍ଷ୍ୟଜ୍ୟୋତି ଜାଲ, ଫେଡେରେସନର କୋକସରା ବ୍ଲକ ସଭାପତି କିଶୋର ନାଏକ, ଯୁବ ବିଭାଗର ମାଧବ ସୁନାନୀ, ଢଗ ନାଏକ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ ! ସେହିପରି ଫେଡେରେସନର ଉପଦେଷ୍ଟା ଏସ୍. ସୁଜାତା କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜୀଙ୍କୁ ଘଟଣା ସଂପର୍କରେ ଦୃଷ୍ଟି ଆକର୍ଷଣ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିବାବେଳେ ଏସ୍ ପି ଏନେଇ ନିର୍ଭର ପ୍ରତିଶୃତି ଦେଇଥିବା ଜଣାପଡ଼ିଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ