Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଶ୍ବନାଥପୁରଠାରେ ମିଶନଶକ୍ତି ଋଣମେଳା : ୨୧ ମହିଳାଗୋଷ୍ଠୀଙ୍କୁ ୬୨ଲକ୍ଷ ଟଙ୍କାର ଋଣ ସହାୟତା

କଳାହାଣ୍ଡି,୧୫/୦୭-ମିଶନଶକ୍ତି ଲାଞ୍ଜିଗଡ଼ ବ୍ଲକ ଓ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ବିଶ୍ବନାଥପୁରର ମିଳିତ ଆନୁକୂଲ୍ୟରେ ଆଜି ବିଶ୍ବନାଥପୁରସ୍ଥିତ ବ୍ଲକ ସମ୍ମିଳନୀ କକ୍ଷରେ ଏକ ଋଣମେଳା ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ଲାଞ୍ଜିଗଡ଼ ସିଡିପିଓ ବିଜୟଶ୍ରୀ ସିଂହ, ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ମିଶନଶକ୍ତି ବିପିସି ଜାଭେଦ ଖାନ, ଯୋଗେଶ୍ବର ସାଗର, ଓଡ଼ିଶା ଜୀବିକା ମିଶନର ବିପିଏମ୍ ସଞ୍ଜୀବ କୁମାର କହଁର, ଅୟସକାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ ! ବିଶ୍ବନାଥପୁରସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାର ଶାଖା ପରିଚାଳକଙ୍କ ତତ୍ତ୍ବାବଧାନରେ ଆୟୋଜିତ ଋଣମେଳାରେ ବିଶ୍ବନାଥପୁର, ଚମ୍ପାଦେଇପୁର, କୁମଖାଲ, ପୋଖରୀବନ୍ଧ ଗ୍ରାମ ପଞ୍ଚାୟତର ୨୧ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୬୨ ଲକ୍ଷ ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଥିଲା ! ଏଇ ଅବସରରେ ଉକ୍ତ ପଞ୍ଚାୟତଗୁଡ଼ିକର ଏମ୍ ବିକେ, ସିଆର୍ ପି ଏବଂ ମହିଳା ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ !