Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଦେ ଭାରତ ଟ୍ରେନରେ ଲାଗିଲା ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ

ଭୋପାଳ: ବାହାନଗା ଟ୍ରେନ ଦୁର୍ଘଟଣା ପରଠୁ ସଂପ୍ରତି ଦେଶରେ ଟ୍ରେନ ଦୁର୍ଘଟଣା ଖବର ଥମିବାର ନାଁ ଧରୁନାହିଁ। କେତେ ବେଳେ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ୍ ହେଉଛି ତ କେତେବେଳେ ମାଲବାହୀ ଟ୍ରେନର ଇଞ୍ଜିନ ଓ୍ଵାଗନ ଛାଡି ଚାଲି ଯାଉଛି। ଏହା ମଧ୍ୟରେ ଦିଲ୍ଲୀ-ଭୋପାଳ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଛି। ଏହି ଘଟଣା ସୋମବାର ସକାଳେ ମଧ୍ୟପ୍ରଦେଶର ବିନା ରେଲଓ୍ଵେ ଷ୍ଟେସନ ନିକଟ କେଥୋରାରେ ଘଟିଛି। ଟ୍ରେନ ଆଜି ସକାଳେ ଭୋପାଳରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଏକ କୋଚରେ ଅଚାନକ ନିଆଁ ଲାଗିଥିଲା। ତେବେ ଉକ୍ତ ବଗିରେ ବସିଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଓହ୍ଲାଇ ଦିଆଯାଇଥିଲା।

କୁହାଯାଉଛି କୁରଓ୍ଵାଇ କେଥୋରା ନିକଟରେ ବନ୍ଦେ ଭାରତ ଟ୍ରେନର ସି-୧୪ କୋଚରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା। ଏହି କୋଚରେ ୩୬ ଯାତ୍ରୀ ବସିଥିଲେ। ନିଆଁ ଲାଗିବା ମାତ୍ରେ ତୁରନ୍ତ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଓହ୍ଲା ଯାଇଥିଲା। କୁହାଯାଉଛି କୋଚରେ ଥିବା ବ୍ୟାଟେରୀରେ ସର୍ଟ ସର୍କିଟ୍ ହେବାରୁ ନିଆଁ ଲାଗିଥିଲା। ଏହି ଘଟଣା ସୋମବାର ସକାଳ ୭ଟାରେ ଘଟିଛି।

ରାଣୀ କମଳାପତି(ଭୋପାଳ)ରୁ ନିଜାମୁଦ୍ଦୀନ(ଦିଲ୍ଲୀ) ଅଭିମୁଖେ ବନ୍ଦେ ଭାରତ ଟ୍ରେନ ସୋମବାର ସକାଳ ୫ଟା ୪୦ରେ ଯାତ୍ରା ଆରମ୍ଭ କରିଥିଲା। ତେବେ ବିନା ରେଲଓ୍ଵେ ଷ୍ଟେସନ ପୂର୍ବରୁ କୁରବାଇ କେଥୋରାରେ ଟ୍ରେନର ସି-୧୪ ବିଗରେ ନିଆଁ ଲାଗିଥିଲା। ସକାଳ ୭ଟା ୧୦ରେ ଟ୍ରେନକୁ କୁରବାଇ କେଥୋରାରେ ଟ୍ରେନକୁ ଅଟକା ଯାଇଥିଲା ଏବଂ ଯାତ୍ରୀଙ୍କୁ ସୁରକ୍ଷିତ ଓହ୍ଲା ଯାଇଥିଲା। ତୁରନ୍ତ ଫାୟର ବିଗ୍ରେଡ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ