Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା-ରାୟଗଡ଼ା ରାସ୍ତାରେ ଟ୍ରକ ଡ୍ରାଇଭରଙ୍କୁ ଡକାୟତି : ୬ ଆନ୍ତଃରାଜ୍ୟ ଡକାୟତଙ୍କୁ କୋର୍ଟଚାଲାଣ କଲା ବିଶ୍ବନାଥପୁର ପୁଲିସ

କଳାହାଣ୍ଡି,୧୭/୦୭-ଜଣେ ଟ୍ରକ ଡ୍ରାଇଭରକୁ ଟ୍ରକ ଅଟକାଇ ଡକାୟତି କରିବା ଅଭିଯୋଗରେ ବିଶ୍ବନାଥପୁର ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବିଶ୍ବନାଥପୁର ପୁଲିସ ! ସୂଚନାନୁସାରେ, ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ସାହୁଢାବା ପାଖରେ ରବିବାର ବିଳମ୍ବିତ ରାତିରେ ଏକ ଲାଇନ୍ ଟ୍ରକକୁ ଅଟକାଇ ଡ୍ରାଇଭରଠାରୁ ଲୁଟ୍ କରିବା ପରେ ରାୟଗଡ଼ା ପଟେ ପଳାଉଥିବାବେଳେ ବିଶ୍ବନାଥପୁର ପୁଲିସର ପେଟ୍ରୋଲିଂ ଟିମ୍ ଡକାୟତ ଦଳକୁ ଗୋଡ଼ାଇ କାବୁ କରିଥିଲେ ! ଏଥିରେ ସାମିଲ ଥିବା ରାୟଗଡ଼ା ଜିଲ୍ଲା ରାୟଗଡ଼ା ସହର ସାଇପ୍ରିୟା ନଗରର ଦୀନବନ୍ଧୁ ନାଏକ, ଜେକେପୁର ଚାନ୍ଦିଲି ବିଶିରୋଡ଼ର ପରମାନନ୍ଦ ବେତ୍ରିଆ, ଦେଓପୁରର ମହେନ୍ଦ୍ର କନ୍ଧପାଣି, ଅମଲାଭଟା ଛକର ତରୁଣ କନ୍ଧପାଣି, ବିଷମକଟକ ଚାଟିକନାର ସଜିତ କରକରିଆ, ସାନସାହିର ଜଗଦୀଶ ହିଆଁଲ ପ୍ରମୁଖଙ୍କୁ ଗିରଫ କରି ଆଜି ସନ୍ଧ୍ୟାରେ କୋର୍ଟଚାଲାଣ କରିଛି ! ଏନେଇ ବିଶ୍ବନାଥପୁର ଥାନାରେ କେସ୍ ନଂ ୬୯/୨୩ ଆଇପିସି ୩୯୫ରେ ଏକ ମାମଲା ରୁଜୁ କରି ଥାନାଧିକାରୀ ମମତା ହେମ୍ବ୍ରମ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ