Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାସେଞ୍ଜର ବସ ହାଇଓ୍ଵା ମୁହାଁ ମୁହିଁ,ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତିଲେ ସମସ୍ତ ପାସେଞ୍ଜର

ଲକ୍ଷ୍ମୀପୁର.୧୯।୦୭ ଲକ୍ଷ୍ମୀପୁର ଧରମଧର ଘାଟି ତଳେ ଆଜି ସନ୍ଧ୍ୟା ଛଅଟା ବେଳେ ଏକ ହାଇଓ୍ଵା ସହ ଅପର ପଟରୁ ଆସୁଥିବା ସନ୍ତୋସି ନାମକ ଏକ ଘରୋଇ ବସ୍ ସହ ମୁହାଁ ମୁଁହି ଧକା ହୋଇ ଥିଲା …. ଦୁର୍ଘଟଣା ରେ ବସ ଚାଳକ ଉପସ୍ଥିତ ବୁଧି ଖଟାଇବାରୁ ସମସ୍ତ ପାସେଞ୍ଜର ବର୍ତି ଜାଇଥିଲେ।ନଚେତ ଏକ ବଡ ଧରଣ ଦୁର୍ଘଟଣା ଘଟିବାରେ କେହିବି ଅଟକାଇପାରି ନଥାନ୍ତେ। ବସର ସମସ୍ତ ଯାତ୍ରୀ ସୁରକ୍ଷୀତ ଥିବା ବେଳେ ଗୁରୁତର ଥୁବା କ୍ଲିନରଙ୍କୁ ସ୍ଥାନିୟ ଲୋକେ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତି କରାଇଥିଲେ।୩୨୬ ନମ୍ବର ଜାତୀୟ ରାଜପଥ ଏକ ଘଣ୍ଟା ଧରି ଅବରୋଧ ହୋଇଥିବା ବେଳେ ରାଜପଥର ଦୁଇ କଡରେ ଶତାଧିକ ଯାନବାହାନ ଅଟକି ରହିଥିଲା।କିଛି ସମୟ ଧରି ଘଟଣା ସ୍ଥଳରେ ଉତେଜନା ଦେଖା ଦେଇଥିଲା।ତଥାପି ଘଟଣା ଘଟିବାର ଏକ ଘଣ୍ଟା ପରେ ପୋଲିସ ପହଁଚି ବୁଝା ସୁଝା କରିଥିଲେ ମଧ୍ୟ ଜାତିୟ ରାଜପଥରେ ଜାନବାହାନ ଚଳପ୍ରଚଳ ହୋଇ ପାରିନଥିଲା।ଅନେକ ଜାନ ବାହାନ ଦୁଇ କଡରେ ଅଟକି ରହି ନାହିଁ ନଥିବା ଅସୁବିଧାର ସମୁଖିନ ହୋଇଥିବା ଦେଖି ଲକ୍ଷ୍ମୀପୁର ପୋଲିସ ପହଁଚିବା ପରେ ଜାନବାହାନ ଚଳପ୍ରଚଳ ସ୍ଵାଭାବିକ ହୋଇଥିଲା।ଏନେଇ ଲକ୍ଷ୍ମୀପୁର ପୋଲିସ ଏକ ମାମଲା ରୁଜୁ କରିଥିବା ଜଣା ପଡିଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ