Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରିଜଭୂଷଣଙ୍କ ଜାମିନକୁ ବିରୋଧ କଲାନି ଦିଲ୍ଲୀ ପୋଲିସ, ଅପରାହ୍ନ ୪ଟାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡ଼ନ ମାମଲାରେ ଦିଲ୍ଲୀର ଏକ ଅଦାଲତ ରାୟ ସଂରକ୍ଷିତ ରଖିଛନ୍ତି। ଅପରାହ୍ନ ପ୍ରାୟ ୪ଟାରେ ଅଦାଲତ ନିଜର ରାୟ ଶୁଣାଇ ପାରନ୍ତି। ଆଜି ବ୍ରିଜଭୂଷଣ ଅଦାଲତରେ ହାଜର ହୋଇଥିଲେ। ମାମଲାରେ ଦିଲ୍ଲୀ ପୋଲିସ ନିଜର ଚାର୍ଜସିଟ୍ ଦାଖଲ କରି ସାରିଛି।

କୋର୍ଟରେ ଦିଲ୍ଲୀ ପୋଲିସର ଓକିଲ ବ୍ରିଜଭୂଷଣଙ୍କ ଜାମିନ ନା ବିରୋଧ କରିଛନ୍ତି ନା ସମର୍ଥନ କରିଛନ୍ତି। କୋର୍ଟ କହିଛନ୍ତି, ଆଇନ ଅନୁଯାୟୀ ଏହା ଉପରେ ନିଷ୍ପତ୍ତି ନିଆଯିବ। ବ୍ରିଜଭୂଷଣ ସିଂ ରାଜଉ ଏଭେନ୍ୟୁ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ଜୁଲାଇ ୧୮ରେ ଏହି ମାମଲାରେ ତାଙ୍କୁ ଆଶ୍ଵସ୍ତି ମିଳିଥିଲା। କୋର୍ଟ ତାଙ୍କୁ ଏବଂ ତାଙ୍କର ସହ ଅଭିଯୁକ୍ତ ବିନୋଦ ତୋମାରଙ୍କୁ ଦୁଇ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।

ଜୁଲାଇ ୧୮ ଶୁଣାଣି ସମୟରେ ଅତିରିକ୍ତ ମୁଖ୍ୟ ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ୍ ହରଜିତ ସିଂ କହିଥିଲେ ଯେ, ବିତର୍କ ପରେ ହିଁ ନିୟମିତ ଜାମିନ ଉପରେ ନିଷ୍ପତ୍ତି ନିଆଯିବ। କୋର୍ଟ ଚାର୍ଜସିଟ ଆଧାରରେ ଜୁଲାଇ ୭ରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ ସମନ ଜାରି କରିଥିଲେ। ତେବେ ଗତ ଶୁଣାଣି ବେଳେ ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କ ଜାମିନକୁ ବିରୋଧ କରିଥିଲେ। ହେଲେ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ ବ୍ରିଜଭୂଷଣଙ୍କୁ ଜାମିନ ମିଳିଥିଲା।