Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେପାଳରୁ ଭାରତ ଆସିବା ପାଇଁ ଏହି ନାମରେ ସିଟ୍ ବୁକ୍ କରିଥିଲେ ସୀମା ହାଇଦର, ପବଜୀ ଲଭ୍ ଷ୍ଟୋରୀରେ ନୂଆ ଖୁଲାସା

ନୂଆଦିଲ୍ଲୀ: ପବଜୀ ଖେଳରୁ ପ୍ରେମ ହୋଇ ପାକିସ୍ତାନରୁ ପଳାୟନ କରି ଭାରତ ଆସିଥିବା ସୀମା ହାଇଦରଙ୍କ କାହାଣୀ ଏ ପର୍ଯ୍ୟନ୍ତ ବଡ଼ ପ୍ରହେଳିକା ହୋଇ ରହିଛି। ୩୦ ବର୍ଷୀୟ ସୀମା ହାଇଦର ଏ ପର୍ଯ୍ୟନ୍ତ ପୋଲିସ ଓ ସୁରକ୍ଷା ଏଜେନ୍ସି ପାଇଁ ଅବୁଝା ପ୍ରଶ୍ନ ହୋଇ ରହିଛି। ସୀମା ଜଣେ ସଚ୍ଚା ପ୍ରେମିକା ନା ଜଣେ ଗୁପ୍ତଚର, ଏହାକୁ ନେଇ ଅଦ୍ୟାବଧି ଚିତ୍ର ସ୍ପଷ୍ଟ ହୋଇ ପାରିନାହିଁ। କିନ୍ତୁ ବିଗତ ଦିନରେ ସୀମା ହାଇଦରକୁ ନେଇ ଚାଞ୍ଚଲ୍ୟକର ଖୁଲାସା ହୋଇ ଚାଲିଛି।

ପାକିସ୍ତାନର ସିନ୍ଧ ପ୍ରଦେଶର ନିବାସୀ ସୀମା ହାଇଦର ମେ ୧୩ରେ ନେପାଳ ରାସ୍ତା ଦେଇ ନିଜର ଚାରି ସନ୍ତାନଙ୍କ ସହ ଅବୈଧ ଭାବେ ଭାରତରେ ପ୍ରବେଶ କରିଥିଲା। ଭାରତରେ ବେଆଇନ ଭାବେ ପ୍ରବେଶ କରିବା ଅପରାଧରେ ସୀମାଙ୍କୁ ଜୁଲାଇ ୪ ତାରିଖରେ ଗିରଫ କରାଯାଇଥିଲା। ତାଙ୍କ ପ୍ରେମୀ ସଚିନ ମୀଣାଙ୍କୁ ମଧ୍ୟ ଅବୈଧ ପ୍ରବାସୀଙ୍କୁ ଶରଣ ଦେବା ଅଭିଯୋଗରେ ଗିରଫ କରାଯାଇଥିଲା। ଉଭୟଙ୍କୁ ଜୁଲାଇ ୭ ତାରିଖରେ ଏକ ସ୍ଥାନୀୟ ଅଦାଲତ ଜାମିନ ପ୍ରଦାନ କରିଥିଲେ। ସେ ନିଜର ୪ ସନ୍ତାନ ସହ ରବୁପୁରା ଅଞ୍ଚଳରେ ଏକ ଘରେ ରହୁଛନ୍ତି। ସୀମା କହିଛନ୍ତି, ସେ ପୁନର୍ବାର ପାକିସ୍ତାନ ଯିବାକୁ ଚାହୁଁ ନାହାନ୍ତି ଏବଂ ସଚିନ ମୀଣାଙ୍କ ସହ ରହିବାକୁ ଚାହାନ୍ତି। ସୀମା ଦାବି କରିଛନ୍ତି ଯେ, ଭାରତ ଆସିବା ପୂର୍ବରୁ ସେ ମାର୍ଚ୍ଚ ମାସରେ ସଚିନ ମୀଣାଙ୍କ ସହ ନେପାଳର ପଶୁପତିନାଥ ମନ୍ଦିରରେ ବିବାହ କରିଥିଲେ।

ସୀମା ନେପାଳରେ ପ୍ରୀତି ପରିଚୟ ଦେଇ ବୁକ୍ କରିଥିଲେ ସିଟ୍
ପାକିସ୍ତାନୀ ମହିଳା ସୀମା ହାଇଦର ନେପାଳରେ ନିଜର ନାମ ପ୍ରୀତି ଦର୍ଶାଇ ବସ୍ ଟିକେଟ୍ ବୁକ୍ କରିଥିଲେ। ସେ ନିଜ ପାଖରେ ଭାରତୀୟ ଆଧାରକାର୍ଡ ଥିବା ଦାବି କରିଥିଲେ। ନେପାଳର ପୋଖରାର ସୃଷ୍ଟି ବସ୍ ସର୍ଭିସ ମାଧ୍ୟମରେ ନେପାଳରୁ ରବୁପୁରା ପହଞ୍ଚିଥିଲେ। ବସ ସର୍ଭିସ୍ ମ୍ୟାନେଜର ପ୍ରସନ୍ନା ଗୌତମ କହିଛନ୍ତି ସୀମା ବସର ୪ ସିଟ୍ ବୁକ୍ କରିଥିଲେ। ସେହି ସମୟରେ ସେ ନିଜର ନାମ ପ୍ରୀତି ବୋଲି କହିଥିଲେ। ସେହି ସମୟରେ ତାଙ୍କ ପାଖରେ କେବଳ ୬ ହଜାର ନେପାଳୀ ମୁଦ୍ରା ଥିଲା। ବାକି ଟଙ୍କା ସେ ନିଜର ଜଣେ ଭାରତୀୟ ବନ୍ଧୁଙ୍କୁ ଫୋନ କରି ୟୁପିଆଇ ମାଧ୍ୟମରେ ଟଙ୍କା ମଗାଇଥିଲେ। ବସ୍ ଟିକେଟ୍ ପାଇଁ ସେ ୧୨ ହଜାର ଟଙ୍କା ନେପାଳି ଟଙ୍କା ପୈଠ କରିଥିଲେ।

ଅନ୍ୟପଟେ ସୀମାଙ୍କ ପ୍ରେମିକ ସଚିନ ମାର୍ଚ୍ଚରେ ପୂର୍ଣ୍ଣାଗିରି ଯିବା କଥା କହି ଦୋକାନରୁ ସାତ ଦିନ ଛୁଟି ନେଇଥିଲା। ସେ ରବୁପୁରାରେ ଏକ ଦୋକାନରେ ଗତ ୨ ବର୍ଷ ହେବ କାମ କରୁଥିଲା। ଦୋକାନ ମାଲିକଙ୍କ କହିବା କଥା ମାର୍ଚ୍ଚରେ ସଚିନ ପରିବାର ଲୋକଙ୍କ ସହ ପୂର୍ଣ୍ଣାଗିରି ଯିବ ବୋଲି କହିଥିଲା। ସେ ୧୫ ଦିନ ପରେ ଦୋକାନକୁ ଫେରିଥିଲା। କିନ୍ତୁ ଜୁଲାଇ ୧ରୁ ସେ ଦୋକାନକୁ ଆଉ ଆସିନାହିଁ।

More Stories