Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣାରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ

କଳାହାଣ୍ଡି,୨୩/୦୭-ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ନକଟିଗୁଡ଼ାସ୍ଥିତ ଆମ୍ବେଦକର ଭବନଠାରେ ଅନୁଷ୍ଠିତ ହୋଇଯାଇଛି ! ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଯୋଜନା ଓ ସମ୍ମନ୍ବୟ କମିଟି ମୁଖ୍ୟ ବିଭୀଷଣ ନାଏକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ସାଧାରଣ ସଂପାଦକ ସୂର୍ଯ୍ୟନାରାୟଣ କୁମାର ବିବରଣୀ ପାଠ କରିବା ସହିତ ସଭା ପରିଚାଳନା କରିଥିଲେ ! ଏଇ ଅବସରରେ ବରିଷ୍ଠ ଉପଦେଷ୍ଟା ପ୍ରେମାନନ୍ଦ ବାଗ, ଗୋବର୍ଦ୍ଧନ ବାଗ, ଯୋଗେଶ୍ବର ସାଗର, ବିଶ୍ବନାଥ କର, ବସନ୍ତ ନାଏକ, ଏସ୍. ସୁଜାତାଙ୍କ ସମେତ କାର୍ଯ୍ୟକାରୀ ସଭାପତି ଋଷିସୂଦନ ଛତ୍ରପାଲ, ରମଣୀ ଦୁରିଆ, ଉପସଭାପତି ମୁନିଆ ସିପକା, ଡୋଲେଶ୍ବର ନାଏକ, ଅଞ୍ଜୁ କୁମାର, ଓମପ୍ରକାଶ ଛତ୍ରିଆ, କ୍ଷେତ୍ରମୋହନ ସେନାପତି, ଲୀନା କୁମାର, ସଂପାଦକ ଭୁବନେଶ୍ବର ଦୁର୍ଗା, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାଏକ, ଯୁବ ବିଭାଗ ମୁଖ୍ୟ ଚନ୍ଦନ ନାଏକ, ଧର୍ମଗଡ଼ ଉପଖଣ୍ଡ ଯୁବବିଭାଗ ମୁଖ୍ୟ ଢଗମାଳି ନାଏକ, ସାମାଜିକ ବିଭାଗ ମୁଖ୍ୟ ରେଣୁକା ଛତ୍ରିଆ, ମହିଳା ବିଭାଗ ମୁଖ୍ୟ ବିଜୟାଲକ୍ଷ୍ମୀ ସ୍ବର୍ଣ୍ଣ, ଆଇନ ବିଭାଗର କୁମୁଦଚନ୍ଦ୍ର ନାଏକ, କର୍ମଚାରୀ ବିଭାଗ ଉପଦେଷ୍ଟା ପ୍ରକାଶ ସାଗର, ମହିଳା କର୍ମଚାରୀ ବିଭାଗ ମୁଖ୍ୟ ପୁଷ୍ପଲତା ବାଗ, ଉପମୁଖ୍ୟ ସରସ୍ବତୀ ନାଏକ, ମିଡିଆ ବିଭାଗର ରଜନୀକାନ୍ତ ସମର୍ଲିଆ, କୋକସରା ବ୍ଲକ ସଭାପତି କିଶୋର ନାଏକ, ସାଧାରଣ ସଂପାଦକ ପ୍ରବୀଣ ପାଣିଗ୍ରାହୀ, କର୍ଲାମୁଣ୍ଡା ବ୍ଲକ ଉପଦେଷ୍ଟା ମହେଶ୍ବର ସୁନା, ଭବାନୀପାଟଣା ଟାଉନ୍ ନକଟିଗୁଡ଼ା ସଭାନେତ୍ରୀ ଅହଲ୍ୟା ନାଏକ, ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ ତ୍ରିନାଥ ନାଏକ, ଦୁଃଖୀରାମ କୁମାର, ପ୍ରୁଥୀରାଜ ଛତ୍ରିଆ, ସୁଶୀଲ କୁମାର ବାଗ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ! ଏଇ ଅବସରରେ ସମାଜକୁ ସଂଗଠିତ କରିବା ଦିଗରେ ଫେଡେରେସନ ତାର ଲଢ଼େଇ ଜାରି ରଖିବ ବୋଲି ମତ ପ୍ରକାଶ ପାଇଥିଲା !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ