Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମସ୍କାପଦରରେ “ସମ୍ବିଧାନର କଥା-ଗାଁ ଗାଁରେ ଚର୍ଚ୍ଚା” କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି,୨୩/୦୭-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ସମ୍ବିଧାନ ସୁରକ୍ଷା ମିଶନ ଅନୁଷ୍ଠାନ ପକ୍ଷରୁ ବ୍ଲକର ଛତ୍ରପୁର ପଞ୍ଚାୟତ ମସ୍କାପଦର ଗାଁରେ ଆଜି ‘ସମ୍ବିଧାନର କଥା, ଗାଁ ଗାଁରେ ଚର୍ଚ୍ଚା’ ଶୀର୍ଷକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ! ମସ୍କାପଦରସ୍ଥିତ ଜୟଭୀମ୍ ୟୁଥ କ୍ଲବର ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ‘ସମ୍ବିଧାନର କଥା, ଗାଁ ଗାଁରେ ଚର୍ଚ୍ଚାର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଥିଲା ! ଏଥିରେ ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, ଲାଞ୍ଜିଗଡ଼ ବ୍ଲକ ଶାଖାର କର୍ମଚାରୀ ବିଭାଗ ମୁଖ୍ୟ ବିଭୁତିଭୂଷଣ ତାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଫେଡେରେସନର ଜିଲ୍ଲା କମିଟି ସଦସ୍ୟ ପୁରୁଷୋତ୍ତମ ପାଣି, ବିଜୟ ନାଏକ ପ୍ରମୁଖ ଯୋଗ ଦେଇଥିଲେ ! ସମ୍ବିଧାନ ସୁରକ୍ଷା ମିଶନର ସଭାପତି ପିତାମ୍ବର ହିଆଲଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଉପ ସଭାପତି ଦୁର୍ବାସା ହରପାଲ, ସଂପାଦକ ସୁଶାନ୍ତ ବାତ୍ରା, ଆମ୍ବେଦକର ବାଦୀ ମହେନ୍ଦ୍ର ହିଆଁଲ, ଯୋଗୀ ପାଣି, କେଦାର ନାଗ, ସୁଧୀର ନାଗ, ରଘୁନାଥ ପାଣି, ପବିତ୍ର ନାଗ, ଅମରଦାସ ପାଲ, ସାମନ୍ତ ବାତ୍ରା, ପ୍ରଦ୍ୟୁମ୍ନ ଦୁର୍ଗା, ସୋଲିଆ ମହାନନ୍ଦିଆ, ସୁରେଶ ତାଣ୍ଡି, କପିଳ ଗରଡିଆ, ଲାଲମୋହନ ନାଏକ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ! ଏଇ ଅବସରରେ ମସ୍କାପଦରସ୍ଥିତ ଜୟଭୀମ୍ ୟୁଥ୍ କ୍ଲବର ସଭାପତି ଅଜିତ ନାଏକ, ଉପସଭାପତି ପବିତ୍ର ବାଗ, ସଂପାଦକ ରାଜେନ୍ଦ୍ର ନାଏକ, ସଦସ୍ୟ ସୁନାଧର ବାଗ, ସୁଶାନ୍ତ ହିଆଲଙ୍କ ସହିତ କ୍ଲବର ସଦସ୍ୟମାନେ ବୈଠକ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ମୋହନଗୁଡା ଓ ମସ୍କାପଦର ଗ୍ରାମବାସୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ !