Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Anju Nasrullah love story: ଗଣମାଧ୍ୟମ ସହ ଅତିଷ୍ଠ ହୋଇ ଅଞ୍ଜୁଙ୍କ ସ୍ଵାମୀ ଏବଂ ପିଲାମାନେ ଛାଡ଼ିଲେ ଘର

ଅଲଓ୍ଵର: ରାଜସ୍ଥାନର ଅଲଓ୍ଵରରୁ ପଳାୟନ କରି ପାକିସ୍ତାନରେ ନିଜ ପ୍ରେମିକ ନିକଟରେ ପହଞ୍ଚିଥିବା ବିବାହିତ ମହିଳା ଅଞ୍ଜୁଙ୍କ ପରିବାର ଏବେ ଗଣମାଧ୍ୟମର ଖବରରେ ଅତିଷ୍ଠ ହୋଇ ନିଜ ଘର ଛାଡ଼ି ଚାଲି ଯାଇଛନ୍ତି। ନିଜ ପତ୍ନୀଙ୍କ ଏମିତି ଏତାଦୃଶ୍ୟ ଦେଖି ସ୍ଵାମୀ ଅରବିନ୍ଦ ଏବଂ ପରିବାର ଲୋକେ ମର୍ମାହତ। ୩୫ ବର୍ଷୀୟ ଅଞ୍ଜୁଙ୍କ ୨୯ ବର୍ଷୀୟ ପାକିସ୍ତାନୀ ଯୁବକ ନସରୁଲ୍ଲାଙ୍କ ସହ ଫେସବୁକରେ ବନ୍ଧୁତା ହୋଇଥିଲା ଯାହା ପରବର୍ତ୍ତୀ ସମୟରେ ପ୍ରେମରେ ପରିଣତ ହୋଇଥିଲା।

ଭିଓ୍ଵାଡ଼ିର ଟେରା ସୋସାଇଟିର ଫ୍ଲାଟ୍ ନମ୍ବର ୯୦୩ରେ ଅଞ୍ଜୁ ନିଜ ସ୍ଵାମୀ ଏବଂ ଦୁଇ ପିଲାଙ୍କ ସହ ରହୁଥିଲେ। ଅଞ୍ଜୁ ପାକିସ୍ତାନ ଚାଲିଯିବା ପରେ ଉକ୍ତ ଘରେ ପୋଲିସ ଏବଂ ମିଡିଆ କର୍ମୀଙ୍କ ଭିଡ଼ ଲାଗି ରହିଥିଲା। ପରିବାରକୁ ସୋମବାର ପୂରା ମିଡିଆ ଘେରି ରହିଥିଲା। କୁହାଯାଉଛି ଏଥିରେ ଅତିଷ୍ଠ ହୋଇ ଅଞ୍ଜୁଙ୍କ ସ୍ଵାମୀ ଏବଂ ପିଲାମାନେ ସୋମବାର ସନ୍ଧ୍ୟାରେ ଘରେ ତାଲା ମାରି ଚାଲି ଯାଇଛନ୍ତି।

ଅଞ୍ଜୁଙ୍କ ପରିବାର ପୁଣି ଥରେ ସୋସାଇଟିକୁ କେବେ ଫେରୁଛନ୍ତି ତାହା କହିବା ବହୁତ ମୁସ୍କିଲ। ଅନ୍ୟପଟେ ସୋମବାର ମିଡିଆ ସହ ଆଲୋଚନା ବେଳେ ଅଞ୍ଜୁ କହିଥିଲେ ଯେ, ସେ ଦୁଇ ତିନି ଦିନରେ ଭାରତ ଫେରିଯିବେ ଏବଂ ଯାହାଙ୍କୁ ଯେଉଁ ପ୍ରଶ୍ନ କରିବାର ଅଛି ତାର ସମସ୍ତ ଉତ୍ତର ସେ ଦେବେ। ପାକିସ୍ତାନ ଯାଇଥିବା ଅଞ୍ଜୁ ୨୦୨୦ରେ ବିଦେଶରେ ଚାକିରି କରିବା କଥା କହି ନିଜର ପାସପୋର୍ଟ ତିଆରି କରି ଦେଇଥିଲେ। ପାକିସ୍ତାନ ପହଞ୍ଚିବା ପରେ ଅଞ୍ଜୁ ସାମାଜିକ ଗଣମାଧ୍ୟମରେ ଭିଡିଓ ସେୟାର କରି ନିଜର ଏକ ବନ୍ଧୁଙ୍କୁ ଭେଟିବାକୁ ଆସିଥିବା କହିଥିଲେ।

ପାକିସ୍ତାନୀ ନାଗରିକ ସୀମା ହାଇଦର ମାମଲା ଶାନ୍ତ ନ ହେଉଣୁ ଆଉ ଏକ ସୀମା କାହାଣୀ ସାମ୍ନାକୁ ଆସିଛି। ନିଜର ଫେସବୁକ ପ୍ରେମକୁ ପାଇବା ପାଇଁ ରାଜସ୍ଥାନର ଅଞ୍ଜୁ ସୀମା ଅତିକ୍ରମ କରି ପାକିସ୍ତାନ ଚାଲି ଯାଇଛନ୍ତି। ଅଞ୍ଜୁ ଅଲଓ୍ଵରରେ ନିଜ ସ୍ଵାମୀଙ୍କ ସହ ରହୁଥିଲେ। ପାକିସ୍ତାନ ଚାଲି ଯିବା ପରେ ଅଞ୍ଜୁଙ୍କ ସ୍ଵାମୀ କହିଛନ୍ତି ଯେ, ଅଞ୍ଜୁ ତାଙ୍କୁ ଧୋକା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ