Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକସଭାରେ ବିରୋଧୀଙ୍କ ରଣନୀତି ସଫଳ ! ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ସ୍ଵୀକାର କଲେ ବାଚସ୍ପତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଏନଡିଏ ସରକାର ବିରୋଧରେ ଦାଖଲ ଅନାସ୍ଥା ପ୍ରସ୍ତାବକୁ ଲୋକସଭାରେ ବାଚସ୍ପତି ସ୍ଵୀକାର କରିଛନ୍ତି। ବାଚସ୍ପତି ଖୁବ୍ ଶୀଘ୍ର ଏହା ଉପରେ ବିତର୍କ ପାଇଁ ତାରିଖ ଘୋଷଣା କରିବେ। କଂଗ୍ରେସ ନେତା ଗୌରଭ ଗୋଗୋଇଙ୍କ ପକ୍ଷରୁ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ନେଇ ନୋଟିସ୍ ଦିଆଯାଇଥିଲା। ଏଥିସହ ତେଲେଙ୍ଗାନାରେ କ୍ଷମତାସୀନ ଭାରତ ରାଷ୍ଟ୍ର ସମିତି(ବିଆରଏସ) ମଧ୍ୟ ଅଲଗା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଉ ବୋଲି ନୋଟିସ୍ ଦେଇଥିଲା।

ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯିବାର ସଙ୍କେତ ସୋମବାରଠୁ ମିଳି ସାରିଥିଲା। କୁହାଯାଉଛି ଯେ, ମେଣ୍ଟର ଜଣେ ବରିଷ୍ଠ ନେତାଙ୍କ ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସାମ୍ନାରେ ଅନାସ୍ଥା ପ୍ରସ୍ତାବ ଆଣିବାର ପ୍ରସ୍ତାବ ରଖିଥିଲେ। ଏହା ଉପରେ ଆଲୋଚନା ପରେ ଅନ୍ୟ ଦଳ ମଧ୍ୟ ସହମତି ପ୍ରଦାନ କରିଥିଲେ।

ଲୋକସଭାରେ କଂଗ୍ରେସ ନେତା ମଣିକମ ଟାଗୋର କହିଛନ୍ତି ଏହା ବିରୋଧୀ ଦଳଗୁଡ଼ିକର ମେଣ୍ଟ ଇଣ୍ଡିଆର ବିଚାର। ଆମର କହିବା କଥା ସରକାର ଅହଙ୍କାର ପରିତ୍ୟାଗ କରି ମଣିପୁର ପ୍ରସଙ୍ଗରେ ଆଲୋଚନା କରନ୍ତୁ। କିନ୍ତୁ ଏମିତି ନ ହେବାରୁ ଶେଷରେ ଆମେ ନିଜର ଶେଷ ଅସ୍ତ୍ର ପ୍ରୟୋଗ କରିବାକୁ ନିଷ୍ପତ୍ତି ନେଇଥିଲୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ