Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଗାଣ ବର୍ଷାରେ ଧୋଇଗଲା ଦନାରଗୁଡ଼ା-ପୋଖେର ରାସ୍ତା : ୪ଟି ଗାଁ ଯୋଗାଯୋଗ ବିଚ୍ଛିନ୍ନ

କଳାହାଣ୍ଡି,୨୬/୦୭-ଗୋଟିକ ପରେ ଗୋଟିଏ ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଜାରି ରହିଥିବାବେଳେ ପ୍ରବଳ ବେଗରେ ପାହାଡ଼ିଆ ବର୍ଷାଜଳ ପ୍ରବାହିତ ହେବାରୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଦନାରଗୁଡ଼ାରୁ ପୋଖେର ଗାଁକୁ ସଂଯୋଗ କରୁଥିବା ରାସ୍ତା ଆଜି ସଂପୂର୍ଣ୍ଣ ଭାବେ ଧୋଇନେଇଛି ! ଏଥିଯୋଗୁଁ ପୋଖେର, ସରଲାଞ୍ଜି, ଭାଲିଆପଦର ଓ ଡଙ୍ଗାମୁଣ୍ଡି ଗାଁର ୨୦୦ରୁ ଉର୍ଦ୍ଧ୍ବ ପରିବାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛନ୍ତି ! ଯାହାଫଳରେ ପଞ୍ଚାୟତ କାର୍ଯ୍ୟାଳୟ ବିଜେପୁର ସମେତ ବ୍ଲକ କାର୍ଯ୍ୟାଳୟ ବିଶ୍ବନାଥପୁର ଓ ନିକଟବର୍ତ୍ତୀ ସହର ଲାଞ୍ଜିଗଡ଼, କଲ୍ୟାଣ ସିଂହପୁରକୁ ମଧ୍ୟ ଯାତାୟତ କରିପାରୁନାହାନ୍ତି ! ଏପରିକି କଳାହାଣ୍ଡି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଭବାନୀପାଟଣା ଡିଭିଜନ ଦ୍ବାରା ଏଇ ରାସ୍ତାକାମ ଏଇ ନିକଟରେ ଶେଷ ହୋଇଥିବାବେଳେ ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ଏଇ ରାସ୍ତା କଟିଯାଇଥିବା ଅଭିଯୋଗ ହେଉଛି ! ଏଣୁ କଳାହାଣ୍ଡି ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ