Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭବାନୀପାଟଣା ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ

କଳାହାଣ୍ଡି,୨୬/୦୭-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜନସ୍ୱାସ୍ଥ୍ୟ ବିଭାଗର ଦୁର୍ନୀତିଗ୍ରସ୍ତ ସହକାରୀ ଯନ୍ତ୍ରୀ କିଶୋରଚନ୍ଦ୍ର ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଚଢଉ ହୋଇଛି । ଜୟପୁର ଭିଜିଲାନ୍ସ ଡିଭିଜନର ଜଣେ ଅତିରିକ୍ତ ଏସ୍‌ପି, ୩ ଜଣ ଡିଏସ୍‌ପି, ୪ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକ ୩୦ଜଣିଆ ଟିମ୍ ଭବାନୀପାଟଣା ମନ୍ଦାରବଗିଚା ପଡାରେ ଥିବା ତାଙ୍କ ୩ ମହଲା ବିଶିଷ୍ଟ ଘର, ଭବାନୀପାଟଣାସ୍ଥିତ ସରକାରୀ କାର୍ଯ୍ୟାଳୟ ଓ ନର୍ଲା ବ୍ଲକ ବଲବସପୁରସ୍ଥିତ ପୈତୃକ ଘର ଉପରେ ଏକକାଳୀନ ଚଢଉ କରିଥିଲେ । ଚଢଉ ସମୟରେ ଶ୍ରୀ ସାହୁଙ୍କ ନାମରେ ଥିବା ମନ୍ଦାରବଗିଚା ପଡାର ୩ ମହଲା କୋଠାର ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା, ବ୍ୟାଙ୍କ, ପୋଷ୍ଟ ଅଫିସ୍ ଓ ବୀମା ଆଦିରେ ୧କୋଟି ୫୪ ଲକ୍ଷ ଟଙ୍କା, ଦୁଇଟି ବାଇକ୍ ସମେତ ଘରର ଦାମୀ ଆସବାବପତ୍ରର ଦାମ ୫ କୋଟି ୪୭ ଲକ୍ଷ ଟଙ୍କା, ବ୍ୟାଙ୍କ ଲକର୍ ଓ ଘରେ ଥିବା ପ୍ରାୟ ୪୪୧ ଗ୍ରାମ ସୁନା ଓ ୭୦୦ ଗ୍ରାମ ସୁନା ଗହଣା ସହିତ ନଗଦ ୨ ଲକ୍ଷ ୬୫ ହଜାର ଟଙ୍କା ଜବତ କରାଯାଇଥିଲା । ସେହିପରି ଭବାନୀପାଟଣା ସହରର ଦୁଇଟି ସ୍ଥାନରେ ୧୦ ଓ ୧୩ ଡେସିମିଲ ଜମି ଥିବା ଜଣାପଡିଛି । ଜମିଗୁଡିକର ମୂଲ୍ୟ ଆକଳନ ସରିନଥିବାବେଳେ ଚଢଉ ଜାରି ରହିଥିବାରୁ ଜବତ ସଂପତ୍ତିର ପରିମାଣ ଆହୁରି ଅଧିକ ବଢିପାରେ ବୋଲି ଜଣାପଡିଛି । ଅପରପକ୍ଷରେ, ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳତା ଯୋଗୁଁ ଗୋଟିକ ପରେ ଗୋଟିଏ ଦୁର୍ନୀତିଗ୍ରସ୍ତ ଅଧିକାରୀ ଭିଜିଲାନ୍ସ ଜାଲରେ ପଡୁଛନ୍ତି । ଯାହାକି ଆୟ ବହିର୍ଭୁତ ସଂପତ୍ତି ଠୂଳକାରୀ ଓ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି କରିଛି ।