Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ଥରେ କମାଲ କଲା ଇସ୍ରୋ, ୭ ସାଟେଲାଇଟକୁ ନେଇ ଉଡ଼ାଣ ଭରିଲା PSLV-C56

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚନ୍ଦ୍ରଯାନ-୩ ପରେ ରବିବାର ପୁଣି ଥରେ ସଫଲତା ହାସଲ କରିଛି। ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି ୫୬ ରକେଟ୍ ଜରିଆରେ ସିଙ୍ଗାପୁରର ପୃଥିବୀ ଅବଲୋକନ ଉପଗ୍ରହ ଡିଏସ-ଏସଆରଏ ସହିତ ୭ ଉପଗ୍ରହକୁ ଆଜି ସକାଳ ୬ଟା ୩୦ରେ ସଫଳତାପୂର୍ବକ ଉତକ୍ଷେପଣ କରିଛି। ସମସ୍ତ ଉପଗ୍ରହକୁ ନିଜର କକ୍ଷପଥରେ ଅବସ୍ଥାପିତ କରାଯାଇଛି।

ଏହି ରକେଟ୍ ଇସ୍ରାଏଲ ଏରୋସ୍ପେସ ଦ୍ଵାରା ୩୬୦ କିଲୋଗ୍ରାମ ଓଜନର ବିକଶିତ ସିନ୍ଥେଟିକ ଏପର୍ଚର ରାଡାର(ଏସଏଆର) ଲଗାଯାଇଛି। ଏହା ଉପଗ୍ରହକୁ ସସସ୍ତ ପରିବେଶରେ ଦିନ ରାତି ଚିତ୍ର ଉତ୍ତୋଳନ କରିବାରେ ସକ୍ଷମ କରିଥାଏ। ଡିଏସ-ଏସଆର ସହିତ ନ୍ୟୁସ୍ପେସ ଇଣ୍ଡିଆ ଲିମିଟେଡର ୬ ଉପଗ୍ରହକୁ ମଧ୍ୟ ସେମାନଙ୍କ କକ୍ଷ ପଥରେ ଅବସ୍ଥାପିତ କରାଯାଇଛି। ଏଥିରେ ୨୩ କିଲୋଗ୍ରାମର ସୂକ୍ଷ୍ମ ଗ୍ରହ, ଏଆରସିଏଡିଇ ପ୍ରାୟୋଗିକ ଉପଗ୍ରହ, ସ୍କୁବ-୨, ୩ୟୁ ନାନୋସାଟେଲାଇଟ୍, ଗାସେଲିଆ-୨, ଓଆରବି-୧୨ ଉପଗ୍ରହ ସାମିଲ। ଉଲ୍ଲେଖନୀୟ ଏହା ହେଉଛି ପିଏସଏଲଭି ରକେଟର ୫୮ତମ ଉଡାଣ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ