Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଦର ବିଡିଓ-ବ୍ଲକ ଅଧ୍ୟକ୍ଷଙ୍କ ମଧ୍ୟରେ ବିବାଦ ଘଟଣା : ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି କଲା ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ

କଳାହାଣ୍ଡି,୩୦/୦୭-ଭବାନୀପାଟଣା ସଦର ବ୍ଲକ ବିଡିଓ ପ୍ରୀତା କୁମାର ଓ ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି ! ବ୍ଲକ ଅଧ୍ୟକ୍ଷଙ୍କୁ ବିଡିଓ ଚପଲରେ ପିଟିବି ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଥିବାବେଳେ ଗାଳିଗୁଲଜ ସହିତ ଜାତିଆଣ ଆକ୍ଷେପ ଅଭିଯୋଗ କରି ପୁଲିସର ଦ୍ବାରସ୍ତ ହୋଇଛନ୍ତି ! ସଦର ବ୍ଲକ ଅଧ୍ୟକ୍ଷଙ୍କ ସପକ୍ଷରେ କଳାହାଣ୍ଡି ଜିଲ୍ଲା ବ୍ଲକ ଅଧ୍ୟକ୍ଷ ସଂଘ ବାହାରିଥିବାବେଳେ ବ୍ଲକର କର୍ମଚାରୀମାନେ ବିଡିଓଙ୍କ ସପକ୍ଷରେ ବାହାରିଛନ୍ତି ! ତେବେ ଏଇ ଘଟଣାରେ ବିଡିଓଙ୍କ ପ୍ରତି ଜାତିଆଣ ଆକ୍ଷେପର ଅଭିଯୋଗ ଉଠୁଥିବାରୁ ଏଥିରେ ହସ୍ତକ୍ଷେପ କରିଛି ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ! ଏ ସଂପର୍କରେ ସୂଚନା ପାଇ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଉପଦେଷ୍ଟା ଏସ୍. ସୁଜାତା, ମହିଳା କର୍ମଚାରୀ ବିଭାଗର ମୁଖ୍ୟ ପୁଷ୍ପଲତା ବାଗ, ଉପମୁଖ୍ୟ ସରସ୍ବତୀ ନାଏକ, ସାମାଜିକ ବିଭାଗର ମୁଖ୍ୟ ରେଣୁକା ଛତ୍ରିଆ, ଜିଲ୍ଲା କମିଟି ସଦସ୍ୟ ପ୍ରୁଥ୍ବୀରାଜ ଛତ୍ରିଆ, ଆଇନ ବିଭାଗ ଉପମୁଖ୍ୟ କୁମୁଦ ଚନ୍ଦ୍ର ନାଏକଙ୍କ ସମେତ ଫେଡେରେସନର କାର୍ଯ୍ୟକାରୀ ସଭାପତି ଆଶିଷରଞ୍ଜନ ନାଏକ, ଉପସଭାପତି ଲମ୍ବୋଦର ନାଏକ, ମହାସଚିବ ସୂର୍ଯ୍ୟନାରାୟଣ କୁମାର, ଉପଦେଷ୍ଟା ଯୋଗେଶ୍ବର ସାଗର, ଯୁବ ବିଭାଗ ମୁଖ୍ୟ ଚନ୍ଦନ ନାଏକ, ମିଡିଆ ସଂଯୋଜକ ରଜନୀକାନ୍ତ ସମର୍ଲିଆ ପ୍ରମୁଖ ବିଡିଓ ଶ୍ରୀମତୀ କୁମାରଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ! ସେହିପରି ଟାଉନ ଥାନା ଅଧିକାରୀଙ୍କ ସହିତ ଘଟଣା ସଂପର୍କରେ ଆଲୋଚନା କରିଛନ୍ତି ! ଏପରିକି ଏଇ ଘଟଣାରେ ରାଜନୈତିକ ଅଭିସନ୍ଧି ଥିବା ଅଭିଯୋଗ ହେଉଥିବାରୁ ଘଟଣାର ନିରପେକ୍ଷ ତଦନ୍ତ ସହିତ କଳାହାଣ୍ଡି ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିବାକୁ ଫେଡେରେସନ୍ ଦାବି କରିଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ