Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡିରେ ୪୧୦.୭ ମିଲିମିଟର ବର୍ଷା : ଭବାନୀପାଟଣାରେ ସର୍ବାଧିକ, କେସିଙ୍ଗାରେ ସର୍ବନିମ୍ନ

କଳାହାଣ୍ଡି,୦୧/୦୮-ଲଘୁଚାପ ଯୋଗୁଁ ଆଜି କଳାହାଣ୍ଡି ଜିଲ୍ଲାର ସମସ୍ତ ୧୩ଟି ଯାକ ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଜାରି ରହିଛି ! ଲଗାଣ ବର୍ଷାର ପ୍ରଭାବରେ ଜିଲ୍ଲାର ଇନ୍ଦ୍ରାବତୀ, ତେଲ, ହାତୀ, ସାନ୍ଦୁଲ, ବୁଢ଼ା, ରାହୁଲ, ଉତେଇ, ରେତ୍ ଆଦି ନଦୀ ସମେତ ଛୋଟବଡ଼ ନଦୀଗୁଡ଼ିକର ଜଳସ୍ତର ବଢ଼ିବାରେ ଲାଗିଛି ! ସେହିପରି ବିଳମ୍ବିତ ବର୍ଷା ଯୋଗୁଁ ଚାଷୀ ହରଡ଼ଘଣାରେ ପଡ଼ିଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ଆଜି ଜିଲ୍ଲାରେ ସମୁଦାୟ ୪୧୦.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ! ସେଥିମଧ୍ୟରୁ ଭବାନୀପାଟଣା ବ୍ଲକରେ ସର୍ବାଧିକ ୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ କେସିଙ୍ଗା ବ୍ଲକରେ ସର୍ବନିମ୍ନ ୨.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ! ସେହିପରି କର୍ଲାମୁଣ୍ଡା ବ୍ଲକରେ ୧୮.୭ ମି.ମି, ମଦନପୁର ରାମପୁର ବ୍ଲକ ଅଞ୍ଚଳରେ ୪୦ ମି.ମି, ନର୍ଲା ବ୍ଲକରେ ୧୫.୬ ମି.ମି, ଲାଞ୍ଜିଗଡ଼ ବ୍ଲକରେ ୧୩.୨ ମି.ମି, ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ୪୫ ମି. ମି, ଧର୍ମଗଡ଼ ବ୍ଲକରେ ୩୬ ମି.ମି, ଜୁନାଗଡ଼ ବ୍ଲକରେ ୬୪ ମି.ମି, ଜୟପାଟଣା ବ୍ଲକରେ ୧୯ ମି.ମି, ଗୋଲାମୁଣ୍ଡା ବ୍ଲକରେ ୪୮.୪ ମି.ମି, କଲମପୁର ବ୍ଲକରେ ୨୭ ମି.ମି, କୋକସରା ବ୍ଲକରେ ୨୧ ମି.ମି ବର୍ଷା ରେକର୍ଡ କରାଯାଇଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ