Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୬୫୨୩ FIR, ମାତ୍ର ୨୫୨ ଗିରଫ, ସିଜେଆଇଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ ସିଲିସିଟର ଜେନେରାଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଣିପୁରରେ ଜାତିଆଣ ହିଂସାର ମୁକାବିଲା କରିବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଡ଼ା ଆଭିମୁଖ୍ୟ ଆପଣେଇଛନ୍ତି। ବିଶେଷ କରି ୨ ମହିଳାଙ୍କୁ ଉଲଗ୍ନ କରି ପରେଡ୍ କରାଇବା ମାମଲାରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଭତ୍ସନା କରିଛନ୍ତି। ମଣିପୁର ସ୍ଥିତିକୁ ନେଇ କ୍ଷୁବ୍ଧ ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର କହିଛନ୍ତି ଯେ, ରାଜ୍ୟର ଆଇନ ଶୃଙ୍ଖଳା ଏବଂ ସାମ୍ବିଧାନିକ ବ୍ୟବସ୍ଥା ସଂପୂର୍ଣ୍ଣ ଧ୍ଵସ୍ତ ହୋଇ ଯାଇଛି। କୋର୍ଟ ମଣିପୁରର ପୋଲିସ ମହାନିର୍ଦ୍ଦେଶକଙ୍କୁ ଅଗଷ୍ଟ ୭ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦେଶର ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଦିଓ୍ଵାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ପୀଠ ମଣିପୁର ହିଂସାକୁ ନେଇ ରୁଜୁ ଯାଚିକା ଉପରେ ଶୁଣାଣି କରୁଛନ୍ତି। ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ ଏବଂ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ପୀଠଙ୍କୁ ନିବେଦନ କରିଛନ୍ତି ଯେ, ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାରେ କେବଳ ୨ଟି ମାମଲା ରୁଜୁ କରାଯାଇନି ବରଂ ମହିଳା ଓ ଶିଶୁଙ୍କ ସହ ହିଂସା ସମ୍ବନ୍ଧିତ ମୋଟ୍ ୬୫୨୩ ଏଫଆଇଆର ରୁଜୁ କରାଯାଇଛି। ତେଣୁ ଛୋଟ ପିଲାଙ୍କ ସଂପର୍କିତ ସବୁ ୧୧ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇ ପାରିବ। ମୋକଦ୍ଦମାର ଶୁଣାଣି ମଣିପୁର ବାହାରେ କରାଯାଇପାରିବ।

କୋର୍ଟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଯେ, ୬୫୨୩ ଏଫଆଇଆରରେ କେବଳ ୨୫୨ ଜଣ ଗିରଫ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ଯେ, ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା କେମିତି ଧ୍ଵଂସ ହୋଇ ଯାଇଛି। ମାମଲାରେ ସଲିସିଟର ଜେନେରାଲ ଜିରୋ ଏଫଆଇଆରର ବିବରଣୀ ଦେବାରେ ଅସମର୍ଥ ପ୍ରକାଶ କରିଛନ୍ତି। ସଲିସିଟର ଜେନେରାଲ ଏହା ମଧ୍ୟ ଉତ୍ତର ଦେଇ ପାରି ନାହାନ୍ତି ଯେ, ଯୌନ ହିଂସା ଭାଇରାଲ୍ ଭିଡିଓ ଘଟଣାରେ ଅଭିଯୁକ୍ତଙ୍କୁ କେବେ ଗିରଫ କରାଯାଇଛି।