Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜ୍ଞାନବାପୀର ସର୍ଭେ ନ୍ୟାୟ ହିତରେ ଜରୁରୀ, ମୁସଲିମ ପକ୍ଷଙ୍କୁ ଝଟକା ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦର ସର୍ଭେ ଉପରେ ଲାଗିଥିବା ରୋକକୁ ହଟାଇ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ଅଦାଲତ ଗୁରୁବାର ନିଜର ନିଷ୍ପତ୍ତିରେ କହିଛନ୍ତି, ନ୍ୟାୟର ହିତରେ ଏହା ଜରୁରୀ ଯେ ବୈଜ୍ଞାନିକ ସର୍ଭେ କରିବାକୁ ଅନୁମତି ଦିଆଯାଉ। ମୁଖ୍ୟ ବିଚାରପତି ପ୍ରୀତିଙ୍କର ଦିବାକରଙ୍କ ପୀଠ କହିଛନ୍ତି, ଏଏସଆଇର ସର୍ଭେ କରାଇବା ବାରାଣସୀ ଜିଲ୍ଲା ଅଦାଲତଙ୍କ ଆଦେଶ ଏକଦମ ଠିକ୍। ଏଥିରେ କୌଣସି ତ୍ରୁଟି ନାହିଁ। ଉଚ୍ଚ ନ୍ୟାୟାଳୟ ସର୍ଭେରୁ ରୋକ୍ ହଟାଇ କହିଛନ୍ତି ଯେ, ଜିଲ୍ଲା ଅଦାଲତଙ୍କ ନିଷ୍ପତ୍ତି ତତ୍କାଳ ପ୍ରଭାବରୁ ଲାଗୁ ହେଉଛି। କେଉଁ ସମୟରେ ବି ସର୍ଭେ ପୁନର୍ବାର ଆରମ୍ଭ କରାଯାଇ ପାରେ। ଏହା ପୂର୍ବରୁ କୋର୍ଟ ଜୁଲାଇ ୨୫ ତାରିଖରେ ନିଷ୍ପତ୍ତି ସୁରକ୍ଷିତ ରଖିଥିଲେ।

ସୂଚନାଯୋଗ୍ୟ, ବାରାଣସୀ ଜିଲ୍ଲା ଅଦାଲତଙ୍କ ଆଦେଶ କ୍ରମେ ଏଏସଆଇର ସର୍ଭେ ଆରମ୍ଭ କରିଥିଲା। ଏହାକୁ ଚ୍ୟାଲେଞ୍ଜ କରି ମୁସଲିମ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ସର୍ଭେ ଉପରେ ଅନ୍ତରୀଣ ରୋକ୍ ଲଗାଇ ଉଚ୍ଚ ନ୍ୟାୟାଳୟ ଯିବାକୁ ପରାମର୍ଶ ଦେଇଥିଲେ। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼, ବିଚାରପତି ଜେବି ପାଦରିଓ୍ଵାଲା ଏବଂ ବିଚାରପତି ମନୋଜ ମିଶ୍ରଙ୍କ ପୀଠ ଜ୍ଞାନବାପୀ ମସଜିଦ ସମିତିର ଯାଚିକା ଉପରେ ତତ୍କାଳ ଶୁଣାଣି କରିବା ପରେ ଏହି ଆଦେଶ ଦେଇଥିଲେ।

ଶୁଣାଣି ସମୟରେ ଏଏସଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଥିଲେ ଯେ, ମସଜିଦରୁ ଗୋଟିଏ ହେଲେ ଇଟା ହଟା ଯାଇ ନାହିଁ। ଖୁଦେଇ କରିବାର କୌଣସି ଯୋଜନା ବି ନାହିଁ। ବିନା କୌଣସି ଖୋଦେଇରେ ସର୍ଭେ କରାଯାଇ ପାରିବ। ହେଲେ ମୁସଲିମ ପକ୍ଷ ହାଇକୋର୍ଟଙ୍କ ନିଷ୍ପତ୍ତିର ଦଲିଲ୍ ଦେଇଥିଲେ। ଉଭୟ ପକ୍ଷଙ୍କ ତର୍କ ଶୁଣିବା ପରେ ସୁପ୍ରିମକୋର୍ଟ ସର୍ଭେ ଉପରେ ଅନ୍ତରୀଣ ରୋକ୍ ଲଗାଇଥିଲେ।