Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ବିଶାଳ ଶୋଭାଯାତ୍ରା : ବିଇଓଙ୍କୁ ଦାବିପତ୍ର ଦେଲେ ପ୍ରାଥମିକ ଶିକ୍ଷକ, ପୂରଣ ନହେଲେ ୧୬ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

କଳାହାଣ୍ଡି, ୦୫।୦୮-ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ବାନ କ୍ରମେ ଲାଞ୍ଜିଗଡ଼ ବ୍ଲକର ସମସ୍ତ ବର୍ଗର ଶିକ୍ଷକମାନଙ୍କ ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରୁ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିନି ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢଳଦେବ ମୁଣ୍ଡ ଓ ଦ୍ରୋଣ ରଣା ଶିକ୍ଷକମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ ! ଦାବିଗୁଡ଼ିକ ମଧ୍ୟରେ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ ହୋଇଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା, ଏକ୍ସକେଡର ଶିକ୍ଷକମାନଙ୍କୁ କେଡରଭୁକ୍ତ କରାଯିବା, ଏକ୍ସକେଡର ଶିକ୍ଷକମାନଙ୍କୁ ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ କରାଯିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ ମୂଳ ବେତନ ଲେଭେଲ୍ ୯ ଗ୍ରେଡ୍‌ ପେ ୪୨୦୦ ଅନୁଯାୟୀ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ, ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯିବା ଆଦି ରହିଛି। ୧୬ ଅଗଷ୍ଟ ପୂର୍ବରୁ ସରକାର ଶିକ୍ଷକଙ୍କ ନ୍ୟାର୍ଯ୍ୟ ଦାବି ବିଷୟରେ କିଛି ପଦକ୍ଷେପ ନ ନେଲେ ସେ ଦିନଠାରୁ ସାମୂହିକ ଛୁଟି ନେଇ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଇ ବିଶାଳ ଶୋଭାଯାତ୍ରାରେ ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦୁଃଶାସନ ଦାଶ, ଉପ-ସଭାପତି ଏମ୍.ଏସ୍. ଶେଖର, ଉପ ସଭାନେତ୍ରୀ ମିନତୀ ରାଉତ, ସଂପାଦକ ପ୍ରମୋଦ କୁମାର ମହାନ୍ତି, ଏୟୁପିଟିଏଫ୍ ର ଜିଲ୍ଲା କୋଷାଧ୍ୟକ୍ଷ ଶିବ ପ୍ରସାଦ ଦାସ, ବହୁଭାଷୀ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଜଳନ୍ଧର ମାଝୀ, ଏୟୁପିଟିଏଫ୍ ର ବ୍ଲକ ସଂଯୋଜକ ତପନ କୁମାର ଭୋଇ, କୋଷାଧ୍ୟକ୍ଷ ଜିତେନ୍ଦ୍ର ନାୟକ, ଯୁଗ୍ମ ସମ୍ପାଦକ ଚନ୍ଦନ ସାହୁ, ରତ୍ନାକର ଦୋରା, ସୌଭାଗ୍ୟ ରଞ୍ଜନ ସାହୁ, ମାନସ ବିଶି, ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଚିନ୍ତାମଣି ବିଶ୍ୱାଳ, ମହେଶ୍ଵର ନାଏକ, ଲକ୍ଷ୍ମଣ ବିଶ୍ୱାଳ, କାର୍ଯ୍ୟ ନିର୍ବାହୀ ମଣ୍ଡଳୀର ସଦସ୍ୟ ପ୍ରବୀଣ କୁମାର ତାଣ୍ଡି, ପ୍ରକାଶ ଚନ୍ଦ୍ର ପ୍ରଧାନ, ଭବାନୀଶଙ୍କର ବାରିକ, ମୋନାଲିସା ଜେନା, କାଦମ୍ବିନୀ ମହାପାତ୍ର, ମୀନକେତନ ତାଣ୍ଡି, ରତିକାନ୍ତ ସେଠୀଙ୍କ ସମେତ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳର ତିନିଶହରୁ ଉର୍ଦ୍ଧ୍ବ ଶିକ୍ଷକ, ଶିକ୍ଷୟିତ୍ରୀ ଏଥିରେ ସାମିଲ ହୋଇଥିଲେ ! ଏଇ ଅବସରରେ ବିଶ୍ବନାଥପୁର ପୁଲିସ ପକ୍ଷରୁ ଏଏସ୍ଆଇ ବୁଦ୍ଧେଶ୍ୟାମ ମାଝୀଙ୍କ ନେତ୍ରୁତ୍ବରେ ପୁଲିସବାହିନୀ ଶାନ୍ତିଶ୍ରୁଙ୍ଖଳା ରକ୍ଷା ଦାୟିତ୍ବରେ ନିୟୋଜିତ ଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ