Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଡ଼ିଶା ସମେତ ୨୭ ରାଜ୍ୟର ୫୦୮ ରେଳ ଷ୍ଟେସନର ପୁନର୍ବିକାଶ ପ୍ରକଳ୍ପର ଶିଳାନ୍ୟାସ କଲେ ପିଏମ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭିଡିଓ କନ୍‌ଫରରେନ୍‌ସିଙ୍ଗ୍ ଜରିଆରେ ମହତ୍ଵାକାଂକ୍ଷୀ ପ୍ରକଳ୍ପ ଅମୃତ ଭାରତ ଷ୍ଟେସନ ଯୋଜନା ଆଧାରରେ ଓଡ଼ିଶା ସମେତ ୨୭ଟି ରାଜ୍ୟରେ ଥିବା ୫୦୮ଟି ରେଳ ଷ୍ଟେସନ୍‌ର ପୁନଃନିର୍ମାଣ ତଥା ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ସମୟରେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଉପସ୍ଥିତ ଥିଲେ।

ରେଳ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟକ୍ରମକୁ ସମ୍ଵୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତୀୟ ରେଳ ଇତିହାସରେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଆଜିଠୁ ଦେଶବ୍ୟାପୀ ୨୫ ହଜାର କୋଟି ଟଙ୍କା ବିନିମୟରେ ୫୦୮ ରେଳ ଷ୍ଟେସନର ପୁନର୍ବିକାଶ କାମ ଆରମ୍ଭ ହେବ। ପୁରା ବିଶ୍ଵର ନଜର ଏବେ ଭାରତ ଉପରେ ରହିଛି। ଦେଶରେ ଅତ୍ୟାଧୁନିକ ଟ୍ରେନ ସଂଖ୍ୟା ବୃଦ୍ଧି ପାଉଛି। ଟ୍ରେନରେ ବାୟୋ ଟଏଲଟ୍ ସଂଖ୍ୟା ୨୮ ଗୁଣା ବୃଦ୍ଧି ପାଇଛି। ଅତ୍ୟାଧୁନିକ ସୁବିଧା ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଘଟିବ।

ମୋଦୀ କହିଛନ୍ତି ଗୋଟିଏ ଷ୍ଟେସନ ଗୋଟିଏ ଉତ୍ପାଦ ଯୋଜନା ଆରମ୍ଭ ହେବ। ସମ୍ପୃକ୍ତ ଜିଲ୍ଲାର ପ୍ରସିଦ୍ଧ କଳାକୃତିକୁ ନେଇ ନୂତନ ଯୋଜନା ଆରମ୍ଭ ହେବ। ଏହା ଦ୍ଵାରା ହସ୍ତଶିଳ୍ପୀମାନେ ଉପକୃତ ହେବେ। ଗତ ୯ ବର୍ଷରେ ରେଲଓ୍ଵେରେ ରେକର୍ଡ ନିବେଶ ହୋଇଛି। ଉତ୍ତର ପୂର୍ବ ରାଜ୍ୟରେ ରେଲଓ୍ଵେର ବିସ୍ତାର ପାଇଁ ଗୁରୁତ୍ଵ ଦିଆଯାଇଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଏହି ୫୦୮ଟି ଷ୍ଟେସନ୍‌ଗୁଡ଼ିକରେ ରହିଛି ଓଡ଼ିଶାର ୨୫ଟି, ଉତ୍ତର ପ୍ରଦେଶ ଓ ରାଜସ୍ଥାନର ୫୫ଟି ଲେଖାଏଁ, ବିହାରର ୪୯ଟି, ମହାରାଷ୍ଟ୍ରର ୪୪ଟି, ପଶ୍ଚିମବଙ୍ଗର ୩୭ଟି, ମଧ୍ୟପ୍ରଦେଶର ୩୪ଟି, ଆସାମର ୩୨ଟି, ପଞ୍ଜାବର ୨୨ଟି ଗୁଜରାଟ ଓ ତେଲେଙ୍ଗାନାର ୨୦ଟି ଲେଖାଏଁ, ଝାଡ଼ଖଣ୍ଡର ୨୦ଟି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ୧୮ଟି ଲେଖାଏଁ ଷ୍ଟେସନ୍‌। ଏହାଛଡ଼ା, କର୍ଣ୍ଣାଟକର ୧୩ଟି ଓ ହରିୟାଣାର ୧୫ଟି ଷ୍ଟେସନ୍ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଅଛି।