କଳାହାଣ୍ଡି,୦୭/୦୮- କଳାହାଣ୍ଡି ଜିଲ୍ଲାର ବହୁ ପ୍ରତୀକ୍ଷିତ ଉତ୍କେଲା ବିମାନବନ୍ଦରରୁ ବିମାନ ଉଡ଼ିବା ନେଇ ସୁନିଶ୍ଚିତ ହୋଇଛି ! ଏନେଇ ଡିଜିସିଏ ପକ୍ଷରୁ ବିଧିବଦ୍ଧ ଭାବେ ଲାଇସେନ୍ସ ପ୍ରଦାନ କରାଯାଇଛି ! ଖୁବ୍ କମ୍ ଦିନ ମଧ୍ୟରେ ଉତ୍କେଲାରୁ ଭୁବନେଶ୍ବର ଓ ରାୟପୁରକୁ ବିମାନ ଉଡ଼ିବ ବୋଲି ସୂଚନା ମିଳିଛି ! ଏ ସଂପର୍କରେ ଡିଜିସିଏ ପକ୍ଷରୁ ଚିଠି ଜାରି ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜ ଏକ୍ସ ହ୍ୟାଣ୍ଡେଲରେ ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ! ଏ ଖବର ମିଳିବା ପରେ ଜିଲ୍ଲାବ୍ୟାପି ବିଭିନ୍ନ ମହଲରେ ଖୁସିବ୍ୟକ୍ତ କରାଯାଇଛି ! ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ସାମିଲ ହୋଇ ଦୀର୍ଘ ଦିନ ବିତିଯିବା ପରେ ବି ଉତ୍କେଲାରୁ ବିମାନ ଉଡ଼ିବା ନେଇ ଅନିଶ୍ଚିତତା ଜାରି ରହିଥିଲା ! ଆଜି ଡିଜିସିଏ ଦ୍ବାରା ଘୋଷଣା ପରେ ଏହା ଦୂର ହୋଇଛି ! ତେବେ ଉତ୍କେଲାରୁ ଭୁବନେଶ୍ବର ଓ ରାୟପୁର ଭଳି ବିଶାଖାପାଟଣାକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଦାବି ଉଠିଛି ! କାରଣ ଅଧିକାଂଶ ଜିଲ୍ଲାବାସୀ ସ୍ବାସ୍ଥ୍ୟସେବା ପାଇଁ ବିଶାଖାପାଟଣା ଉପରେ ପ୍ରାୟତଃ ନିର୍ଭର କରୁଥିବାବେଳେ ଜରୁରୀକାଳୀନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ସଫଳ ପଦକ୍ଷେପ ହେବ ବୋଲି କୁହାଯାଉଛି !