Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ଛାତ୍ରଙ୍କୁ ବଡ଼ ଉପହାର ଦେଲା ଫ୍ରାନ୍ସ, ୩୦ ହଜାର ବିଦ୍ୟାର୍ଥୀଙ୍କୁ ମିଳିବ ଫାଇଦା

ନୂଆଦିଲ୍ଲୀ: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଭାରତୀୟ ଛାତ୍ରଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଯାତ୍ରାର କିଛି ଦିନ ପରେ ମାକ୍ରୋନ ଭ ଭାରତୀୟ ଛାତ୍ରଙ୍କୁ ୫ ବର୍ଷର ସେଙ୍ଗେନ ଭିସା ଦେବାକୁ ଘୋଷଣା କରିଛନ୍ତି। ଫ୍ରାନ୍ସ ମଙ୍ଗଳବାର କହିଛି ଯେ, ନୂତନ ଶିକ୍ଷା ନୀତି ଆଧାରରେ ପୂର୍ବତନ ଭାରତୀୟ ଛାତ୍ର-ଛାତ୍ରୀଙ୍କୁ ୫ ବର୍ଷର ସେଙ୍ଗେନ ଭିସା ଦିଆଯିବ।

ଏହାରି ଆଧାରରେ ଫ୍ରାନ୍ସରେ ୨୦୩୦ ପର୍ଯ୍ୟନ୍ତ ୩୦ ହଜାର ଭାରତୀୟ ବିଦ୍ୟାର୍ଥୀଙ୍କ ସ୍ଵାଗତ କରାଯିବ। ଫ୍ରାନ୍ସ ଦୂତାବାସ ଅନୁଯାୟୀ, ଯେବେ ଜଣେ ଭାରତୀୟ ଛାତ୍ର ଫ୍ରାନ୍ସରେ କେବଳ ଗୋଟିଏ ସେମିଷ୍ଟର ପୂରା କରେ ତେବେ ସେ ଏମିତି ଏକ ସଂପର୍କର ସେତୁ ପାଲଟିଥାଏ ଯାହାଙ୍କୁ କାଏମ ରଖିବା ଏବଂ ଖୁସି ମନାଇବାର ଆବଶ୍ୟକତା ଥାଏ।

କଣ ଏହି ସେଙ୍ଗେନ ଭିସା ?
ସେଙ୍ଗେନ ଭିସା କୌଣସି ଦେଶରେ ପ୍ରବେଶ କରିବା ଓ ରହିବାର ଆନୁଷ୍ଠାନିକ ଅନୁମତି ପ୍ରଦାନ କରିଥାଏ। ଭିସା ସାଧାରଣତଃ ସେହି ଦେଶର ଦୂତାବାସ କିମ୍ବା ବାଣିଜ୍ୟିକ ଦୂତାବାସ ଦ୍ଵାରା ଜାରି କରାଯାଏ। କିନ୍ତୁ ସେଙ୍ଗେନ ଭିସାରେ ସ୍ଵତନ୍ତ୍ର ନିୟମ ରହିଛି। ସେଙ୍ଗେନ ଭିସାଧାରୀଙ୍କୁ ୯୦ ଦିନରୁ କମ କିମ୍ବା ଅଧିକ ସମୟ ପାଇଁ ଜର୍ମାନୀ କିମ୍ବା ସେଙ୍ଗେନ ଦେଶଗୁଡ଼ିକ ଯାତ୍ରା ପାଇଁ ଅଧିକାର ଦେଇଥାଏ।