Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ତରଫରୁ ବିଶାଳ ଶୋଭାଯାତ୍ରା

କଳାହାଣ୍ଡି,୦୯/୦୮-ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ଆଜି ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ତରଫରୁ ବିଶ୍ବନାଥପୁରଠାରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି ! ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟିର ସଭାପତି ହରିହର କୁମାର, କଂଗ୍ରେସ ନେତା ଚାଞ୍ଚେର ମାଝୀ, ରାଜେନ୍ଦ୍ର ମାଳି, ମନୋଜ ରାଉତ, ପୂର୍ଣ୍ଣଚନ୍ଦ୍ର ଗଉଡ଼, ବିଜୟ ନାଏକ, ରଞ୍ଜିତା ମୁଣ୍ଡା, ଭଗବାନ ମାଝୀ, ପୁରୁଷୋତ୍ତମ ଦଣ୍ଡସେନା,କେଶବଚନ୍ଦ୍ର ବାରିକଙ୍କ ନେତ୍ରୁତ୍ବରେ ଆଜି କ୍ରାନ୍ତି ଦିବସ ଅବସରରେ ଏକ ବିଶାଳ ଶୋଭାଯାତ୍ରା ବିଶ୍ବନାଥପୁର କଲେଜ ଛକରୁ ବାହାରି ମେଡିକାଲ ଛକ ଯାଏଁ ଯାଇଥିଲା ! ଏଥିରେ କଂଗ୍ରେସ ଦଳର କର୍ମକର୍ତ୍ତାମାନେ କେନ୍ଦ୍ରର ମୋଦୀ ସରକାରଙ୍କ ଆଦିବାସୀ ଓ ଦଳିତ ବିରୋଧୀ ନୀତିକୁ ସମାଲୋଚନା କରି ଜୋରଦାର ନାରାବାଜି କରିଥିଲେ ! ଏଥିରେ କଂଗ୍ରେସର ପିତାମ୍ବର ପଟେଲ, ପଠାଣିସାମନ୍ତ ନାଗଙ୍କ ସମେତ ବ୍ଲକର ୨୬ ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରୁ ଦଳର ଚାରିଶହରୁ ଉର୍ଦ୍ଧ୍ବ କର୍ମୀ ସାମିଲ ହୋଇଥିଲେ !