Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିୟମଗିରି ସୁରକ୍ଷା ସମିତି ତରଫରୁ ଲାଞ୍ଜିଗଡ଼ଠାରେ ବିଶ୍ବ ଆଦିବାସୀ ଦିବସ ପାଳିତ

କଳାହାଣ୍ଡି,୦୯/୦୮-ନିୟମଗିରି ସୁରକ୍ଷା ସମିତି ତରଫରୁ ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିକଟସ୍ଥ ଜଗନ୍ନାଥପୁରଠାରୁ ବହୁସଂଖ୍ୟକ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଏକ ଶୋଭାଯାତ୍ରା ଲାଞ୍ଜିଗଡ଼ ବଜାରପଡ଼ିଆ ଯାଏଁ ଯାଇଥିଲା ! ସେଠାରେ ଏକ ସଭା ସହିତ ଆଦିବାସୀ, ମୂଳନିବାସୀ ଓ ଆଦିମ ଜନଜାତିଙ୍କ ହକ୍ ଓ ଅଧିକାରକୁ ନେଇ ଅତିଥିମାନେ ବକ୍ତବ୍ୟ ରଖିଥିଲେ ! ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକୋକାଙ୍କ ନେତ୍ରୁତ୍ବରେ ନିୟମଗିରି ସୁରକ୍ଷା ସମିତିର ଉପଦେଷ୍ଟା ଲିଙ୍ଗରାଜ ଆଜାଦ, ସତ୍ୟ ମାହାରଙ୍କ ସମେତ ଦଧି ପୁଷିକା, ଡ୍ରେଞ୍ଜୋ ସିକୋକା ଏବଂ ବହୁ ସଂଖ୍ୟାରେ ଆଦିବାସୀ ଯୁବକଯୁବତୀ ଯୋଗଦେଇଥିଲେ ! ଏଇ ଶୋଭାଯାତ୍ରାକୁ ସମର୍ଥନ କରି ଖଣ୍ଡୁଆଳ ମାଳି ସୁରକ୍ଷା ସମିତିର ସଂପାଦକ ବ୍ରିଟିଶ କୁମାରଙ୍କ ନେତ୍ରୁତ୍ବରେ ବହୁ ସମିତିର ବହୁ ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ !